Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କେନାଲରୁ ମିଳିଲା ମଣିଷ ଖପୁରୀ

Posted on November 25, 2025

କାହାର ଏ ଖପୁରୀ ? ବସ୍ତା ଭିତରେ ଖପୁରୀ ପୁରାଇ କିଏ ଫୋପାଡ଼ିଥିଲା କେନାଲ ଭିତରେ । ଗଗୁଆ ନିକଟ କେନାଲରୁ ଦୁଇଟି ମଣିଷ ଖପୁରୀ ଉଦ୍ଧାର ପରେ ଚାରିଆଡ଼େ ଖେଳିଯାଇଛି ଚାଞ୍ଚଲ୍ୟ । ଘଟଣା ସ୍ଥଳରେ ପଟ୍ଟାମୁଣ୍ଡାଇ ପୋଲିସ ପହଞ୍ଚି ଖପୁରୀକୁ ଜବତ କରିଛି । ଖପୁରୀ ନିକଟରେ କଳସ ସିନ୍ଦୁର ପଡ଼ିଥିବା ହେତୁ ଗୁଣି ଗାରେଡି ସନ୍ଦେହ କରାଯାଉଛି । ଗୁଣି ଗାରେଡି ପାଇଁ ଖପୁରୀ ବ୍ୟବହାର କରାଯାଇଛି ବୋଲି ଅନୁମାନ କରାଯାଉଥିବା ବେଳେ ଦୁଇଟି ଖପୁରୀକୁ ପୋଲିସ ଉଦ୍ଧାର କରି ଅଧିକ ତଦନ୍ତ ଚଳାଇଛି ।

ସୂଚନା ମୁତାବକ  ୨୪ ତାରିଖ ଅପରାହ୍ନ ୪ ଘଟିକା ସମୟରେ କେନ୍ଦ୍ରାପଡ଼ା ବ୍ଲକ ଓ ଚୌଦକୁଲାଟ ଫାଣ୍ଡି ଅଧୀନରେ ଥିବା ଗଗୁଆ ଛକ ନିକଟ ଦେଇ ବହି ଯାଇଥିବା ଦୋବନ୍ଦା ପାଟଣାଳୀ କେନାଲରେ କିଛି ଯୁବକ ପାଣି ଭିତରେ ମାଛଧରୁଥିବା ବେଳେ ଗୋଟିଏ ଅଖା ପାଇଥିଲେ । ଆଉ ସେହି ଅଖାକୁ ଯେତେବେକେ ସେମାନେ ଉପରକୁ ଆଣନ୍ତି ସେଥିରୁ ବାହାରିଥିଲା ଦୁଇଗୋଟି ମଣିଷ ମୁଣ୍ଡର ଖପୁରି । ତେବେ ସାଙ୍ଗେ ସାଙ୍ଗେ ପିଲାମାନେ ଘଟଣା ସମ୍ପର୍କରେ ଗାଗୁଆ ଛକରେ ପ୍ରକାଶ କରିବା ପରେ ଘଟଣା ସମ୍ପର୍କରେ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ । ପରେ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ ଶହ ଶହ ଲୋକେ ।

ଅନ୍ୟପକ୍ଷରେ ଏପରି ଘଟଣା ଅଞ୍ଚଳରେ ପ୍ରଥମ ଦେଖିବାକୁ ମିଳିଥିବାରୁ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମଣିଷ ମୁଣ୍ଡର ଖପୁରୀ କୋଉଠୁ ଆସିଲା ତାହା ତଦନ୍ତ କଲେ ସବୁ ସତ ସାମ୍ନାକୁ ଆସିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଚେତାବନୀ: ସମ୍ପତ୍ତି ଘୋଷଣା ନକଲେ ପଦୋନ୍ନତି ବାତିଲ୍
  • ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୂନ୍ୟ ମୃତାହତ ପକ୍ଷ ପାଳନ
  • ସୁନା ଦର ସ୍ଥିର, ଜାଣନ୍ତୁ ଆଜିର ଦାମ୍
  • କାର୍ଯ୍ୟରେ ଅବହେଳା: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ
  • ଭଦ୍ରକ ବିଜେଡିରେ ବଡ଼ ଝଟକା: ଗୋଟିଏ ଦିନରେ ୩ ବ୍ଲକ୍ ଅଧ୍ୟକ୍ଷଙ୍କ ଇସ୍ତଫା, ଭାଙ୍ଗୁଛି ଗଡ଼

Recent Comments

No comments to show.

Calender

December 2025
M T W T F S S
1234567
891011121314
15161718192021
22232425262728
293031  
« Nov    

Categories

  • Uncategorized (76)
  • ଅପରାଧ (153)
  • ଏକ୍ସକ୍ଲୁସିଭ୍ (21)
  • ଖେଳ (33)
  • ଦେଶ ବିଦେଶ (281)
  • ଭିଡିଓ (6)
  • ମନୋରଞ୍ଜନ (24)
  • ରାଜନୀତି (58)
  • ରାଜ୍ୟ (900)
  • ସ୍ପେଶାଲ୍ ରିପୋର୍ଟ (150)
©2025 JBR Samachar | Design: Newspaperly WordPress Theme