
ବର୍ଷା ଯୋଗୁଁ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି–୨୦ ମ୍ୟାଚ ବାତିଲ ହୋଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଥିଲା। ବର୍ଷା ଯୋଗୁଁ ଦୁଇଥର ଖେଳ ବାଧାପ୍ରାପ୍ତ ହେବା ପରେ ୧୮ ଓଭରର ମ୍ୟାଚ ରଖାଯାଇଥିଲା, କିନ୍ତୁ ପୁନର୍ବାର ବର୍ଷା ହେବାରୁ ମ୍ୟାଚ ବାତିଲ କରାଯାଇଥିଲା।
ଖେଳ ବନ୍ଦ ହେବା ବେଳେ ଭାରତ ୯.୪ ଓଭରରେ ୯୭/୧ ରନ୍ କରିଥିଲା। ଅଭିଷେକ ଶର୍ମା ୧୯ ରନ୍ କରି ଆଉଟ୍ ହୋଇଥିଲେ, ଶୁଭମନ ଗିଲ୍ ୩୭ ଏବଂ ସୂର୍ଯ୍ୟକୁମାର ଯାଦବ ୩୯ ରନ୍ରେ ଅପରାଜିତ ଥିଲେ।
ଦ୍ବିତୀୟ ଟି–୨୦ ମ୍ୟାଚ ୩୧ ଅକ୍ଟୋବରରେ ମେଲବର୍ଣ୍ଣରେ ହେବ।
