Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ରେଡ୍, ଏସଡିପିଓଙ୍କ ଉପସ୍ଥିତିରେ ଚାଲିଛି ଛାନଭିନ୍

Posted on December 25, 2025

କୁଖ୍ୟାତ ଗଞ୍ଜେଇ ମାଫିଆ ଘରେ ରେଡ୍। ବୌଦ୍ଧ ଜିଲ୍ଲା ଶଗଡ଼ ସରପଞ୍ଚଙ୍କ ସ୍ବାମୀ ସୁବ୍ରତ କର୍ମୀଙ୍କ ଘରେ ଚଢାଉ ହୋଇଛି। ଜିଲ୍ଲା ପ୍ରଶାସନ ଚଢ଼ାଉ କରି ତାଙ୍କ ସମସ୍ତ ସମ୍ପତ୍ତି ବ୍ୟାଜାପ୍ତି କରିବା ପ୍ରକ୍ରିୟା ଜାରି ରଛି । ସୁବ୍ରତ କର୍ମୀ ଓ ତାଙ୍କ ସହଯୋଗୀମାନେ ଗତ କିଛିବର୍ଷ ମଧ୍ୟରେ ଅବୈଧ ନିଶା ବ୍ୟବସାୟ କରି ଆୟ ବହିର୍ଭୂତ ସମ୍ପତ୍ତି ଅର୍ଜନ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଏହି ଅର୍ଥନୈତିକ ତଦନ୍ତ ପାଇଁ ବୌଦ୍ଧ SDPOଙ୍କ ନେତୃତ୍ବରେ ଏକ ଟିମ୍ ଗଠନ କରାଯାଇ ଅଭିଯୁକ୍ତ ଓ ତାଙ୍କ ସମ୍ପର୍କୀୟମାନଙ୍କ ବିଭିନ୍ନ ଠିକଣାରେ ତଦନ୍ତ ଜାରି ରହିଛି। ଅଭିଯୁକ୍ତ ସୁବ୍ରତ ଓ ତାଙ୍କ ସହଯୋଗୀମାନଙ୍କ ଘରେ ଯାଞ୍ଚ ସମୟରେ ବହୁ ଗୁରୁତ୍ଵପୂର୍ଣ୍ଣ ଜମିଜମା ଦଲିଲପତ୍ର, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ଜଣାପଡ଼ିଛି।

ତେବେ ପୂର୍ବରୁ ମନମୁଣ୍ଡା ଥାନା ଶଗଡ଼ା ଅଞ୍ଚଳରୁ ପୁଲିସ ଗତ ମାର୍ଚ୍ଚ ୭ ତାରିଖରେ ୨ କ୍ଵିଣ୍ଟାଲ ୯୩ କେଜି ଗଞ୍ଜେଇ ଜବତ କରି ସୁବ୍ରତ କର୍ମୀଙ୍କ ସହ ତାଙ୍କ ୩ ଜଣ ସହଯୋଗୀଙ୍କୁ ଗିରଫ କରି ଜେଲ୍ ହାଜତକୁ ପଠାଇଥିଲା। ଏହି ଅର୍ଥନୈତିକ ତଦନ୍ତ ସମୟରେ ଏସଡିପିଓ ଲରେନ ରାଉତରାୟ, ବୌଦ୍ଧ ତହସିଲଦାର ଅନିତା ସାହୁ, ମନମୁଣ୍ଡା ଥାନାଧିକାରୀ ସସ୍ମିତା ମଗର, ଟେକ୍ନିକାଲ୍ ଟିମ୍ ଓ ପୁଲିସ କର୍ମଚାରୀ ସାମିଲ ହୋଇଛନ୍ତି। ତଦନ୍ତ ପ୍ରକ୍ରିୟା ଜାରି ରହିଥିବା ବେଳେ ଏସଡିପିଓ ଆଇନ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି। ସୂଚନଯୋଗ୍ୟ ଯେ, ସୁବ୍ରତ କର୍ମୀ ଜଣେ ଆଗଧାଡ଼ିର ବିଜେପି କର୍ମୀ ଓ ଶଗଡ଼ା ସରପଞ୍ଚଙ୍କ ସ୍ବାମୀ । ଅନେକ ବର୍ଷ ହେଲା ସେ ଗଞ୍ଜେଇ ବେପାର କରି କୋଟିକୋଟି ଟଙ୍କାର ଅଧିକାରୀ ହୋଇଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme