Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାଲି ଲଘୁଚାପ, ୨୪ରେ ଅବପାତ

Posted on November 21, 2025

ମାଲେସିଆ ପାଖ ମାଲାକ୍କା ସମୁଦ୍ର ସନ୍ଧି (ଷ୍ଟ୍ରେଟ୍ ଅଫ୍ ମାଲାକ୍କା) ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି । ୨୨ରେ ଲଘୁଚାପ, ୨୪କୁ ଅବପାତ । ତା’ପରେ ଆହୁରି ଘନୀଭୂତ ହୋଇପାରେ । ବର୍ତ୍ତମାନ ସୁଦ୍ଧା ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏତିକି ପୂର୍ବାନୁମାନରେ ଅଟକିଛି ।

ବାତ୍ୟା ହେବ କି ନାହିଁ? ଯଦି ହେବ କୁଆଡ଼େ ମୁହାଁଇବ? କେଉଁଠି ମାଡ଼ ହେବ, କିଛି ସ୍ପଷ୍ଟ ଆକଳନ ନାହିଁ । କିନ୍ତୁ ପାରିପାର୍ଶ୍ବିକ ପରିବେଶ ଓ ପାଣିପାଗର କାରକ ବାତ୍ୟା ଦାନା ବାନ୍ଧିବାକୁ ଅନୁକୂଳ ବୋଲି ଅଧିକାଂଶ ବିଶେଷଜ୍ଞ କହିଛନ୍ତି । ମାତ୍ର ସମ୍ଭାବ୍ୟ ଗତିପଥକୁ ନେଇ ଦ୍ୱନ୍ଦ୍ୱ ରହିଛି । ଏବେଠାରୁ ସ୍ପଷ୍ଟ ଆକଳନ କରିବା ସହଜ ହେଉନି । କିନ୍ତୁ, ଆଇଏମଡିର ବିସ୍ତାରିତ ପୂର୍ବାନୁମାନରେ କୁହାଯାଇଛି, ୨୭ରୁ ଓଡ଼ିଶା ଉପକୂଳରେ ବର୍ଷା ସମ୍ଭାବନା ଅଛି । ବିସ୍ତାରିତ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଓ ସ୍ଥାନେ ସ୍ଥାନେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ବର୍ତ୍ତମାନ ଆଇଏମଡିର ଆକଳନ ଅନୁସାରେ ୨୬ ଯାଏ ଓଡ଼ିଶାରେ ବର୍ଷା ସମ୍ଭାବନା ଦେଖାଯାଉନି । ୨୭ ତାରିଖ କିମ୍ବା ତା’ପରେ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୨୭ ନଭେମ୍ବରରୁ ଡିସେମ୍ବର ୩ ତାରିଖ ମଧ୍ୟରେ ଓଡ଼ିଶା ଉପକୂଳ, ଆନ୍ଧ୍ର ଉପକୂଳ ଓ ଗାଙ୍ଗେୟ ପଶ୍ଚିମବଙ୍ଗ ଉପକୂଳରେ ବିସ୍ତାରିତ ବର୍ଷା ସମ୍ଭାବନା ଅଛି । ଏଥିରୁ ଅନୁମାନ କରାଯାଉଛି, ଓଡ଼ିଶାରେ ସମ୍ଭାବ୍ୟ ଅବପାତ ବା ବାତ୍ୟାର ପ୍ରଭାବ ନଭେମ୍ବର ଶେଷ ସପ୍ତାହରେ ପଡ଼ିପାରେ । ବର୍ତ୍ତମାନ ରାଜ୍ୟରେ ନା ଶୀତ ପ୍ରକୋପ ରହିବନି ।

ରାଜ୍ୟରେ ରାତି ତାପମାତ୍ରା ବଢ଼ିଥିବା ବେଳେ ଏବେ ସପ୍ତାହେ ପର୍ଯ୍ୟନ୍ତ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ । ରାଜ୍ୟରେ ଏବେ ରାତି ତାପମାତ୍ରା କ୍ରମଶଃ ବଢ଼ୁଛି । କୋରାପୁଟ, ଅନୁଗୁଳ, ଫୁଲବାଣୀ, ଦାରିଙ୍ଗିବାଡ଼ିକୁ ଛାଡ଼ିଦେଲେ ଆଉ କୌଣସି ସ୍ଥାନରେ ତାପମାତ୍ରା ୧୨ ଡିଗ୍ରୀରୁ କମ୍ ନଥିଲା । ଭୁବନେଶ୍ୱର ତାପମାତ୍ରା ୨୦ ଡିଗ୍ରୀରେ ପହଞ୍ଚିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme