Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

Posted on December 16, 2025

କନ୍ଧମାଳ ଜିଲ୍ଲାରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବାଲିଗୁଡ଼ା ଉପ କାରାଗାରରେ ବିଚାରାଧୀନ କଏଦୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ମୃତ କଏଦୀ ଟିକାବାଲି ଥାନା ବଡ଼ିମୁଣ୍ଡା ଅଞ୍ଚଳର ହେରଦ ଦିଗାଳ ହୋଇଥିବା ସୂଚନା ରହିଛି । ହେରଦ ଗତ ୨୦୨୫ ଅକ୍ଟୋବର ମାସରେ ଜି.ଉଦୟଗିରି ଜେଲରୁ ବାଲିଗୁଡ଼ା ଉପ କାରାଗାରକୁ ଆସିଥିଲେ ।

 ଗତ ସେପ୍ଟେମ୍ବର ମାସରେ କେନ୍ଦୁଝରଜିଲ୍ଲା ଆନନ୍ଦପୁର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲାl ମୃତକ ହେଉଛନ୍ତି ସୋସ ଥାନା ଅଧୀନ ସରଳାପଶି ଗାଁର ଅଭି ମୁଣ୍ଡା(୨୮)।

ଅଭି ସକାଳୁ ହଠାତ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନା ଅଣାଯାଇଥିଲା ବୋଲି ଆସିଷ୍ଟାଣ୍ଟ ଜେଲର ସୁଶୀଲ କୁମାର ମୁଣ୍ଡା ଗଣମାଧ୍ୟମକୁ କହିଛନ୍ତି l ମୃତ ଅଭି ଏକ ହତ୍ୟା ମାମଲାରେ ଗତ ଏକ ବର୍ଷ ହେଲା ବିଚାର ବିଭାଗୀୟ ହାଜତରେ ଥିଲେ l

ଏଣେ ୨୦୨୪ ଏପ୍ରିଲ ମାସରେ ବଣାଇ ଉପ କାରାଗାରର ଜଣେ ବିଚାରାଧୀନ କଏଦୀ ଦେବାନନ୍ଦ ସିଂ(୪୦)ଙ୍କ ସନ୍ଦେହଜନକ ମୃତ୍ୟୁହୋଇଥିଲା। ଅବକାରୀ ପୁଲିସ କିମ୍ବା ଜେଲ୍‌ କର୍ତ୍ତୃପକ୍ଷ ଦେବାନନ୍ଦଙ୍କୁ ମାଡ଼ମାରିବାରୁ ତାଙ୍କର ଅକାଳ ବିୟୋଗ ଘଟିଥିବା ପରିବାରବର୍ଗ ଅଭିଯୋଗ କରିଥିଲେ। ଏନେଇ ରଘୁନାଥପାଲି ପୁଲିସ ଥାନାରେ ପରିବାର ସଦସ୍ୟଙ୍କ ପକ୍ଷରୁ ଏତଲା ଦିଆଯାଇଛି। ଅପରପକ୍ଷରେ, ଏହି ଅଭିଯୋଗକୁ ଜେଲ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। ଲହୁଣିପଡ଼ା ଥାନା ଅନ୍ତର୍ଗତ ଶସ୍ୟକଳା ପଞ୍ଚାୟତର ଲଙ୍ଗଳକଟା ଗ୍ରାମର ମୂଳବାସିନ୍ଦା ହେଉଛନ୍ତି ଦେବାନନ୍ଦ। ସ୍ଥାନୀୟ ବାଙ୍କା ବଜାରରେ ଦେବାନନ୍ଦଙ୍କର ଏକ ହୋଟେଲ୍‌ ରହିଛି। ଗତ ୨୭ ତାରିଖ ଦିନ ଅବକାରୀ ପୁଲିସ ଦେବାନନ୍ଦଙ୍କ ହୋଟେଲ ଏବଂ ରେଲୱେ ଫାଟକ ନିକଟରେ ଥିବା ସୀତା ନାଏକଙ୍କ ଢାବାରେ ଚଢ଼ଉ କରିଥିଲେ।

ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ଉଭୟଙ୍କୁ ଗିରଫ କରିଥିଲା। ସୀତାଙ୍କ ବୟସ ଅଧିକ ହୋଇଥିବାରୁ ତାଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦିଆଯାଇଥିଲା; କିନ୍ତୁ ଦେବାନନ୍ଦଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ଡାକ୍ତରୀ ପରୀକ୍ଷାପରେ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିଲା। ଏପ୍ରିଲ ୨୯ ତାରିଖ ପୂର୍ବାହ୍ନରୁ ଜାମିନ ପାଇଁ ଦେବାନନ୍ଦଙ୍କ ପ୍ରିୟଜନ କୋର୍ଟରେ ପହଞ୍ଚିଥିଲେ। ଜାମିନ ପାଇଁ ଆବଶ୍ୟକ କାଗଜପତ୍ର କଲା ସମୟପରେ ଜେଲ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ଦେବାନନ୍ଦଙ୍କ ଅସୁସ୍ଥତା ବିଷୟରେ କିଛି ସୂଚନା ଦେଇନଥିଲେ। ପରେ ଜେଲ୍‌ରେ ସାକ୍ଷାତ କରିବାକୁ ଯିବାସମୟରେ ଜେଲ୍‌ ଅଧିକ୍ଷକ ଦେବାନନ୍ଦ ବଣାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା କହିଥିଲେ। ପରିବାରବର୍ଗ ହସପିଟାଲରେ ପହଞ୍ଚି ଦେବାନନ୍ଦଙ୍କ ହାତ, ଗୋଡ଼, ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ସ୍ଥାନାନ୍ତର କରି ସନ୍ଧ୍ୟା ପ୍ରାୟ ୬ଟାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ, ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme