
ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ କସମେଟିକ ଷ୍ଟୋରରେ ବୁଧବାର ଭୋରୁ ଲାଗିଲା ନିଆଁ । ଏହି ଆଗ୍ନିକାଣ୍ଡରେ ୩ମହଲା ବିଶିଷ୍ଟ କସମେଟିକ ଷ୍ଟୋରରେ ଥିବା ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ିଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆକୁ ଆୟତ୍ତ କରିଛନ୍ତି ।
ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସିନେମା ଛକ ସ୍ଥିତ ବନଜା ବେଙ୍ଗଲ ଷ୍ଟୋର ସହରର ପୁରାତନ କସମେଟିକ ଷ୍ଟୋର ଭାବେ ବେଶ ଜଣାଶୁଣା । ବୁଧବାର ଏହି ଦୋକାନରେ ନିଆଁ ଲାଗି ଯାଇଥିଲା। ଫଳରେ ୩ମହଲା ବିଶିଷ୍ଟ ଏହି କସମେଟିକ ଷ୍ଟୋରରେ ସମସ୍ତ ସାମଗ୍ରୀ ନିଆଁରେ ପୋଡ଼ି ଯାଇଥିଲା । ଫଳରେ ଦୋକାନରେ ଥିବା କସମେଟିକ ସାମଗ୍ରୀ ସହିତ ଲକ୍ଷାଧିକ ଟଙ୍କାର ଦାମୀ ଡ୍ରେସ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଛି। ଏସମ୍ପର୍କରେ ଖବର ପାଇ ବାଲେଶ୍ୱର ଅଗ୍ନିଶମ ବାହିନୀର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ବେଳେ ଏହି କାର୍ଯ୍ୟରେ ୨୫ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଥିଲେ । ତେବେ କେଉଁ କାରଣକୁ ନେଇ ନିଆଁ ଲାଗିଲା ତାହା ସ୍ପଷ୍ଟ ଭାବେ ଜଣା ପଡିନାହିଁ।
