Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଳିଙ୍ଗା ଘାଟି ତିନି ଦିନ ବନ୍ଦ, କଟକଣା ଜାରି କଲେ ଜିଲ୍ଲାପାଳ

Posted on October 27, 2025

ବାତ୍ୟା ମୋନ୍‌ଥାକୁ ନଜରରେ ରଖି  କଳିଙ୍ଗା ଘାଟିରେ ଯାତାୟାତକୁ  ତିନି ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ  ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି  କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ।  ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ  ଏହି କଟକଣା ଲାଗୁ ରହିବ । 

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୬ରେ ଘାଟିରେ ଭୂସ୍ଖଳନ ହୋଇ  ରାସ୍ତା ଧୋଇ ଯାଇଥିଲା । ଏହାର  ମରାମତି କାର୍ଯ୍ୟ ଚାଲୁଥିବାରୁ  ଯାତାୟାତ ବନ୍ଦ ରହିଛି । ତେବେ  କିଛି ଅମାନିଆ ଲୋକ କଟକଣା  ନ ମାନି ଯା’ଆସ କରୁଛନ୍ତି ।  ପାଣିପାଗ ବିଭାଗର ପୂର୍ବାନୁମାନ  ଅନୁସାରେ ଆସନ୍ତା ତିନି ଦିନ  ମଧ୍ୟରେ କନ୍ଧମାଳ ଜିଲ୍ଲାର ବିଭିନ୍ନ  ସ୍ଥାନରେ ପ୍ରବଳ ବର୍ଷା ହେବାର  ସମ୍ଭାବନା ରହିଛି । ତେଣୁ  ଧନଜୀବନହାନିକୁ ନଜରରେ  ରଖି ଯାତାୟାତ ସଂପୂର୍ଣ୍ଣ ବନ୍ଦ  ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଛନ୍ତି । ଏହି ନିର୍ଦ୍ଦେଶକୁ  କଡ଼ାକଡ଼ି ପାଳନ ଦିଗରେ  ଆବଶ୍ୟକ ପଦକ୍ଷେପ ନେବା  ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ  ନିର୍ଦ୍ଦେଶ ଦିଆଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme