
କଲେଜ୍ ଯିବା ବେଳେ ଚଢିଗଲା ହାଇୱା। ଜଣେ ଛାତ୍ର ମୃତ ଅନ୍ୟ ୨ ଜଣ ଗୁରୁତର। ଜେନାପୁର ଥାନା ରମ୍ପେଇ ବଜାର ନିକଟସ୍ଥ କୁରକଣା ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ୯ଟାରେ ୩ ଜଣ ଛାତ୍ର ସାଇକେଲ୍ ଯୋଗେ ଚଢେଇଧରା କଲେଜ ଯାଉଥିଲେ। ପଛପଟୁ ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ରମ୍ପେଇ ଗ୍ରାମର ଶତ୍ରୁଘନ ନାୟକଙ୍କ ପୁଅ ଚିନ୍ମୟ ନାୟକ ଉପରେ ଗାଡି ଚଢ଼ି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ ଜଣ ଗୁରୁତର ହୋଇଥିଲେ। ତାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ହାଇୱାକୁ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ଜେନାପୁର ପୁଲିସ ପହଞ୍ଚି ନଥିବା ଦେଖିବାକୁ ମିଳିଛି।
