
ନଭେମ୍ବର ୫ରୁ ୧୨ ତାରିଖ ପର୍ଯ୍ୟନ୍ତ କଟକରେ ମହାନଦୀ କୂଳରେ ବାଲିଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । କଟକ ସହରର ବିଭିନ୍ନ ରାସ୍ତା ଗୁଡ଼ିକରେ ଯାନବାହାନର ସୁନିୟନ୍ତ୍ରିତ ଚଳାଚଳ ଓ ଜନସାଧାରଣ/ପଥଚାରୀଙ୍କ ସୁବିଧା ପାଇଁ କଟକ ସହରାଞ୍ଚଳ ପୁଲିସ୍ ଦ୍ୱାରା କଟକଣା ଲାଗୁ କରାଯାଇଛି ।
ଐତିହାସିକ ବାଲିଯାତ୍ରାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ ପକ୍ଷରୁ ସହରରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ୭ ଦିନିଆ ଏହି ଉତ୍ସବରେ ପ୍ରବଳ ଭିଡ଼ ଆଶଙ୍କା କରି ଶୃଙ୍ଖଳିତ ଯାତାୟତ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଏହି କଟକଣା ନଭେମ୍ବର ୫ରୁ ୧୨ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ଟାରୁ ଭିଡ଼ ନ କମିବା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୁଲିସ କମିଶନର ଏସ୍. ଦେବ ଦତ୍ତ ସିଂହ ଓଡ଼ିଶା ସହରାଞ୍ଚଳ ପୁଲିସ୍ ଅଧିନିୟମ, ୨୦୦୩ର ଧାରା ୨୮ ଅନୁଯାୟୀ ଏହି କଟକଣା ଲଗାଇଛନ୍ତି।
