Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଟକରେ ଫେରିଲା ଶାନ୍ତି, ହଟିଲା କର୍ଫ୍ୟୁ ଓ ଇଣ୍ଟରନେଟ ନିଷେଧ

Posted on October 8, 2025

ଭାଇଚାରାର ସହର କଟକ ଏବେ ପୁଣି ଶାନ୍ତି ଓ ସ୍ବାଭାବିକ ଜୀବନରେ ଫେରିଆସିଛି। ୪୮ ଘଣ୍ଟା ପରେ ସହରରେ ଇଣ୍ଟରନେଟ ଓ ସୋସିଆଲ ମିଡିଆ ସେବା ସ୍ବାଭାବିକ ହୋଇଯାଇଛି। ସୋସିଆଲ ମିଡିଆ ଉପରୁ ଲାଗିଥିବା ନିଷେଧ ମଧ୍ୟ ହଟାଇ ଦିଆଯାଇଛି।

୫ ତାରିଖ ସଂଧ୍ୟା ୭ଟାରେ ପ୍ରଥମେ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ କଟକଣା ଲାଗିଥିଲା, ତାପରେ ୬ ତାରିଖ ସଂଧ୍ୟାରେ ଆଉ ୨୪ ଘଣ୍ଟା ପାଇଁ ବଢ଼ାଯାଇଥିଲା। ଏବେ ସହରର ସ୍ଥିତି ସ୍ବାଭାବିକ ହେବା ପରେ ସମସ୍ତ ନିଷେଧ ହଟାଇ ଦିଆଯାଇଛି।

ଗତକାଲି ସକାଳ ୧୦ଟାରେ କଟକ ସହରର ୧୩ଟି ଥାନା ଅଞ୍ଚଳରୁ କର୍ଫ୍ୟୁ ହଟାଇ ଦିଆଯାଇଥିଲା। ଯଦିଓ କର୍ଫ୍ୟୁ ହଟିଛି, ସହର ଏବେବି ପୁଲିସ ଚାଦରରେ ରହିଛି। ଛକ ଛକରେ ପୋଲିସ ଟହଲ ଓ କଠିନ ଚେକିଂ ଜାରି ରହିଛି। ଦରଘା ବଜାର ଓ ଅନ୍ୟ ସମ୍ବେଦନଶୀଳ ସ୍ଥାନମାନେ ପହରାରେ ରହିଛନ୍ତି।

୩ ତାରିଖ ରାତିରେ ଭସାଣ ସମୟରେ ଦରଘା ବଜାର ନିକଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ପରେ ସହର ଅଶାନ୍ତ ହାଇପାଡ଼ିଥିଲା। ପରେ ୫ ତାରିଖରେ ବାଇକ ଶୋଭାଯାତ୍ରା ବେଳେ ପୋଲିସ ସହ ମୁହାଁମୁହିଁ ଘଟିବା ପରେ କର୍ଫ୍ୟୁ ଲାଗିଥିଲା ଓ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିଲା।

ଏବେ ସହରରେ ଜୀବନ ଧାରା ସାଧାରଣ ହୋଇଛି, ବଜାର ଖୋଲିଛି ଓ ଲୋକମାନେ ନିଜ ଦୈନନ୍ଦିନ କାମରେ ବ୍ୟସ୍ତ ହେଉଛନ୍ତି। ପୁଲିସ ପକ୍ଷରୁ ସମସ୍ତଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅନୁରୋଧ ଜାରି କରାଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme