Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

କଂଗ୍ରେସ କଳି ଏବେ ଦିଲ୍ଲୀରେ, ଦିଲ୍ଲୀରେ ହେବ କି ସମାଧାନ ?

Posted on December 13, 2025

କଂଗ୍ରେସ କଳି ଏବେ ଦିଲ୍ଲୀରେ । ହାଇକମାଣ୍ଡ ପାଖରେ ଫେରାଦ କରିବେ ଦଳୀୟ ନେତା । ତୁଟିବ ତ ମୋକିମ-ଭକ୍ତ ବିବାଦ ? ଏଆଇସିସି ଶୁଣିବ ତ ଓଡ଼ିଶା କଂଗ୍ରେସ ଦୁଃଖ । ମୋକିମ-ଭକ୍ତ ବିବାଦରେ ଭାଗ ଭାଗ ଓଡ଼ିଶା କଂଗ୍ରେସ । ଗୋଷ୍ଠୀ ବିବାଦର ଉଗ୍ରରୂପ ହାତରେ ସୃଷ୍ଟି କରିଛି ଫାଟ । ଏପରି ସ୍ଥିତିରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ପିସିସି ସଭାପତି ଓ କଂଗ୍ରେସ ସଙ୍ଗଠନ ନେଇ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିବା ଅଣାୟତ୍ତ ରୂପ ନେଇଛି । ଏପରି ସମୟରେ SIR କୁ ଏଆଇସିସି ଜାତୀୟ ପ୍ରସଙ୍ଗ କରି ଦିଲ୍ଲୀରେ ଆନ୍ଦୋଳନ ଡାକରାରେ ସାମିଲ ହେବାକୁ ଓଡ଼ିଶାର ମଙ୍ଗୁଆଳମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଅନନ୍ତ ସେଠୀ କହିଛନ୍ତି ଓଡ଼ିଶା କଂଗ୍ରେସର ସଙ୍ଗଠନ ନେଇ ଦିଲ୍ଲୀରେ ହାଇକମାଣ୍ଡଙ୍କ ସହ ଆଲୋଚନା କରିବୁ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଦିଲ୍ଲୀରେ ହାଇକମାଣ୍ଡ ଓଡ଼ିଶାର ନେତାଙ୍କ ସହ ବୈଠକ କରି ଦଳୀୟ ସଙ୍ଗଠନ ଉପରେ ଆଲୋଚନା କରି ସବୁ ସମସ୍ୟାର ସମାଧାନ କରିବେ । ଏହାସହ ନେତାଙ୍କ ମନୋମାଳିନ୍ୟକୁ ଦୂର କରିବେ ।

ପିସିସି ସଭାପତିଙ୍କ ବିରୋଧରେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଯୁଦ୍ଧଂଦେହି ଡାକରା ଦେବା ପରେ ଓଡିଶା କଂଗ୍ରେସରେ ଚୌକିକୁ ନେଇ ବିବାଦ ମୁଣ୍ଡ ଟେକିଛି । କାହିଁକି ମହମ୍ମଦ ମୋକିମ ଚିଠି ଲେଖିଲେ ତାହା ଦଳୀୟ ଫୋରମରେ ଆଲୋଚନା ହେବ ବୋଲି ଦଳୀୟ ନେତାମାନେ କହୁଛନ୍ତି । ତେବେ ଜାତୀୟ ସ୍ତରରେ ଯେଉଁ ପ୍ରସଂଗକୁ ନେଇ ଆଲୋଚନା ଚାଲିଛି ସେ ସମୟରେ ହାଇକମାଣ୍ଡ ଓଡ଼ିଶା ସଙ୍ଗଠନ ଉପରେ ସମୟ ଦେବେ କି ନାହିଁ ସେନେଇ ସନ୍ଦେହ ପ୍ରକାଶ ପାଇଛି । ପଦ ପଦବୀ ପାଇଁ ଓଡ଼ିଶାରେ କଂଗ୍ରେସ ନେତାଙ୍କ ମଧ୍ୟରେ କଳି ଲାଗିବା କିଛି ନୂଆ କଥା ନୁହେଁ ବୋଲି ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ କହିଛନ୍ତି । ସେହିପରି ମୋକିମ ଓ ଭକ୍ତଙ୍କ ଲଢେଇ ନେଇ ଦଳର ଯୁବ ବିଧାୟକ ମାପିଚୁପି ବୟାନ ଦେଇଛନ୍ତି ।

ଦିଲ୍ଲୀ ମୁହାଁ ଓଡ଼ିଶା କଂଗ୍ରେସ ନେତା । ଏସଆଇଆର ପ୍ରତିବାଦ ସଭା ପରେ ଓଡ଼ିଶା କଂଗ୍ରେସ କଳି ନେଇ ସମଧାନର ବାଟ କାଢିବାକୁ ନେତାମାନେ ଏକାଠି ହୋଇଛନ୍ତି । ତେବେ କଂଗ୍ରେସ ଗୋଷ୍ଠୀ ବିବାଦର ପୁରୁଣା ରୋଗକୁ ଦିଲ୍ଲୀ ଔଷଧ କାମ ଦେଉଛି କି ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମୋକିମ ଓ ଭକ୍ତ କଳିରେ ହାଇକମାଣ୍ଡ କି ପଦକ୍ଷେପ ନେଉଛନ୍ତି ତାହାକୁ ନେଇ କଂଗ୍ରେସ ଅନ୍ଦର ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme