Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଭର ବ୍ରିଜରେ ଟ୍ରକ୍‌କୁ ପିଟିଲା କାର୍, ଚାଲିଗଲା ଡ୍ରାଇଭରଙ୍କ ଜୀବନ

Posted on January 18, 2026

  

ବାଣୀବିହାର ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌କୁ ପଛ ପଟୁ ପିଟଲା କାର୍। ଟ୍ରକ୍‌କୁ ଧକ୍କା ଦେବା ପରେ ସମ୍ପୂର୍ଣ୍ଣ ଚୁର୍‌ମାର୍  ହୋଇଗଲା କାର୍। କାର ଭିତରେ ଚାପି ହୋଇ ଚାଲିଗଲା ଆରୋହୀଙ୍କ ଜୀବନ। ଘଟଣାସ୍ଥଳରେ ଶହୀଦ ନଗର ପୁଲିସ କାର୍ ଭିତରୁ ମୃତଦେହ ଉଦ୍ଧାର କରିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିବା ଜଣାପଡିଛି। ପୁଲିସ କାର୍‌ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ମୃତକ ଜଣକ ବଡ଼ଗଡ଼ ବ୍ରିଟ୍ କଲୋନୀର ରାକେଶ ରୋସନ ଲାଲା ସୂଚନା ମିଳିଛି।

ସୂଚନା ମୁତାବିକ, ଶନିବାର ବିଳମ୍ବତି ରାତିରେ ଜଣେ କାର୍ ଚାଳକ ଦ୍ରୁତଗତିରେ ବାଣୀବିହାର ଓଭର ବ୍ରିଜ ଦେଇଯାଉଥିଲେ। ଆଗରେ ଯାଉଥିବା ଏକ ଟ୍ରକ୍‌କୁ ଜୋରଦାର୍ ଧକ୍କା ଦେଇଥିଲେ। ଫଳରେ କାର୍ ସାମ୍ନା ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍‌ମାର ହୋଇଥିଲା। କାର୍ ଚାଳକ ଜଣ ଭିତରେ ଚାପିହୋଇ ଜୀବନ ଚାଲିଯାଇଥିଲା ।ଘଟଣାସ୍ଥଳରେ ଶହୀଦ ନଗର ପୁଲିସ ପହଞ୍ଚି କାର୍ ଭିତରୁ ଚାଳକଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିବା ଜଣାପଡିଛି। ପରେ କାର୍କୁ କ୍ରେନ୍ ସାହାର୍ଯ୍ୟ ଉଦ୍ଧାର କରିଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

July 2026
M T W T F S S
 12345
6789101112
13141516171819
20212223242526
2728293031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme