Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମରେ ବଡ଼ ପରିବର୍ତ୍ତନ

Posted on December 17, 2025

୨୦୧୧ରୁ ଅନ୍ଲାଇନ୍ରେ ଚାଲି ଆସୁଥିବା ଜନ୍ମ ମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା ତଥା ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମରେ ଗତମାସରୁ ପରିବର୍ତ୍ତନ ହୋଇଛି । ଓଡ଼ିଶା ବାର୍ଥ ଡେଥ୍ ରେଜିଷ୍ଟ୍ରେସନ ସିଷ୍ଟମ-୨ କାର୍ଯ୍ୟକାରୀ ହେଲା ଦିନଠାରୁ ବିଭ୍ରାଟ ଲାଗି ରହିଛି । ଏହି ନୂତନ ବ୍ୟବସ୍ଥା ବ୍ୟବହାରରେ ସରଳୀକରଣ ହେବା ବଦଳରେ ଅଧିକ ଜଟିଳ ହୋଇଛି । ଫଳରେ ନୂଆ ବ୍ୟବସ୍ଥାରେ ଆବେଦନକାରୀମାନେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇବା ପାଇଁ ଅନ୍ଲାଇନ୍ର ଆବେଦନ କରୁଥିଲେ ହେଁ ତାହା ଅଡ଼ୁଆ ସୃଷ୍ଟି କରୁଛି । ବ୍ୟବହାର ସରଳୀକରଣ ଥିବାରୁ ପୂର୍ବରୁ ଲୋକେ ଘରେ ବସି ନିଜ ମୋବାଇଲ୍ରେ ଜନ୍ମ ମୃତ୍ୟୁ ପଞ୍ଜୀକରଣ ପାଇଁ ସହଜରେ ଆବେଦନ କରିପାରୁଥିଲେ । ମାତ୍ର ଏବେ ଆଉ ତାହା ହେଉନାହିଁ ।

କଟକ ମହାନଗର ନିଗମ ଓ କଟକ ଜିଲ୍ଲାର ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ରାଜ୍ୟବ୍ୟାପୀ ଗାଁଠୁ ସହରାଞ୍ଚଳ ଲୋକଙ୍କ ପାଇଁ ଏହି ସମସ୍ୟା ଲାଗି ରହିଛି । ବିଡ଼ମ୍ବନା ହେଉଛି, ଏହି ନୂଆ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଆଗରୁ ଜନ୍ମ ମୃତ୍ୟୁ ପଞ୍ଜୀକରଣ ସାର୍ଟିଫିକେଟ୍ ପ୍ରଦାନ ଦାୟିତ୍ୱରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପୌରାଞ୍ଚଳରେ ନିୟୋଜିତ ପଞ୍ଜୀକରଣ ଅଧିକାରୀ ଓ ଜନ୍ମ ମୃତ୍ୟୁ ସହାୟକମାନଙ୍କୁ ଆବଶ୍ୟକ ତାଲିମ୍ ପ୍ରଦାନ କରାଯାଇନଥିବା ସୂଚନା ମିଳିଛି । ଫଳରେ ଏହି ନୂତନ ବ୍ୟବସ୍ଥାରେ ପଞ୍ଜୀକରଣ କରିବାରେ କର୍ମଚାରୀଙ୍କର ମଧ୍ୟ ବହୁ ସମୟ ଅପଚୟ ହେଉଛି । ପୂର୍ବରୁ ଏହି ଅନ୍ଲାଇନ୍ ପଞ୍ଜୀକରଣ ବ୍ୟବସ୍ଥା ଗୋଟିଏ ପୃଷ୍ଠା (ପେଜ୍)ରେ ସୀମିତ ଥିଲା । ଜନ୍ମ ହେଉ କିମ୍ବା ମୃତ୍ୟୁ ପଞ୍ଜୀକରଣ ପାଇଁ ତଥ୍ୟ ପ୍ରଦାନ ଲାଗି ଗୋଟିଏ ପୃଷ୍ଠାରେ ୨୧ ଟି ସାରଣୀ (କଲମ) ଥିଲା । ଏବେ ତଥ୍ୟ ପ୍ରଦାନ ଲାଗି କଲମ ସଂଖ୍ୟା ୫ ଗୁଣା ବଢ଼ିଯାଇଛି । ଗୋଟିଏ ପେଜ୍ ପରିବର୍ତ୍ତେ ୪ ପେଜ୍ ରହିଛି । ପ୍ରଥମ ପେଜ୍ରେ ୩୪ଟି କଲମ୍ ରହିଥିବା ବେଳେ ଦ୍ୱିତୀୟ ପେଜ୍ରେ ୩୯ ଟି କଲମ୍, ତୃତୀୟ ପେଜ୍ରେ ୩୩ ଟି କଲମ୍ ଏବଂ ୪ର୍ଥ ପେଜ୍ରେ ସେଭ୍ ମାରି ସବମିଟ୍ କରିବାକୁ ପଡ଼ୁଛି । କେତେକ କଲମରେ ରିପିଟ୍ ତଥ୍ୟ ମଗାଯାଇଛି । ଏସବୁ ବାଦ୍ ପୂର୍ବ ଅପେକ୍ଷା ଏବେ ସାର୍ଟିଫିକେଟ୍ ଆକାର ମଧ୍ୟ ଛୋଟ କରାଯାଇଛି ।

ପୂର୍ବରୁ ଏ-୪ ସାଇଜ୍ ସାର୍ଟିଫିକେଟ୍ ମିଳୁଥିବା ବେଳେ ଏବେ ଉକ୍ତ ଆକାର ଛୋଟ ହୋଇଛି । ସେହିପରି ଅକ୍ଷର ଆକାର(ଲେଟର ସାଇଜ୍) ୧୨ ମିଲିମିଟର (ଏମ୍ଏମ୍) ଥିବା ବେଳେ ଏବେ ତାହା ୧୦ ଏମ୍ଏମ୍ ରହିଛି । ସୂଚନାଯୋଗ୍ୟ, ୨୦୧୧ରୁ କାର୍ଯ୍ୟକାରୀ ହୋଇଆସୁଥିବା ଅନ୍ଲାଇନ୍ ଜନ୍ମମୃତ୍ୟୁ ପଞ୍ଜୀକରଣ ବ୍ୟବସ୍ଥା-୧ ଗତ ମାସ ୧୦ ତାରିଖରେ ଜନ୍ମମୃତ୍ୟୁ ପରିସଂଖ୍ୟାନ ବିଭାଗ ବନ୍ଦ କରିଦେଇଥିଲା । ନୂଆ ପଞ୍ଜୀକରଣ ବ୍ୟବସ୍ଥା-୨ ସେହିଦିନଠାରୁ ରାଜ୍ୟରେ ଏକ ସମୟରେ ୨୯ଟି ଜିଲ୍ଲାରେ ଆରମ୍ଭ ହୋଇଥିଲା । ଏହି ନୂତନ ପଞ୍ଜୀକରଣ ବ୍ୟବସ୍ଥା ପରୀକ୍ଷାମୂଳକ ଭାବେ କେବଳ ପୁରୀ ଜିଲ୍ଲାରୁ ୮ ମାସ ତଳେ ଆରମ୍ଭ ହୋଇଥିଲା । ପୁରୀ ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭରୁ ବାଟବଣା ହୋଇଥିଲେ ମଧ୍ୟ ଏଥିରେ ଜନ୍ମମୃତ୍ୟୁ ପରିସଂଖ୍ୟାନ ବିଭାଗ ଚେତି ନଥିଲା । ଅନ୍ୟପକ୍ଷରେ ନଭେମ୍ବରରୁ ନୂଆ ବ୍ୟବସ୍ଥା ଲାଗୁ କରିଥିଲେ ହେଁ ଏହା ପୂର୍ବରୁ ଏହି କାର୍ଯ୍ୟ କରୁଥିବା ସହାୟକମାନଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରାଯାଇନାହିଁ । ବ୍ୟବସ୍ଥାରେ ବିଭ୍ରାଟ ହେବାରୁ କଟକ ଜିଲ୍ଲାରେ ଗତ ଶୁକ୍ରବାର ଦିନ ଜନ୍ମମୃତ୍ୟୁ ସହାୟକମାନଙ୍କୁ ଟ୍ରେନିଂ ଦେବାକୁ ବାଧ୍ୟ ହୋଇଥିଲେ । ଏବେ ବି ୨୮ ଜିଲ୍ଲାରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇପାରିନାହିଁ । ଅନ୍ୟପକ୍ଷରେ ଦାୟିତ୍ୱରେ ଥିବା ଆଇଟି ସଂସ୍ଥାର କର୍ମଚାରୀମାନେ ଜନ୍ମ ମୃତ୍ୟୁ ସହାୟକମାନଙ୍କୁ ସହଯୋଗ କରିବା ତ ଦୂରର କଥା ଧରାଛୁଆଁ ଦେଉନଥିବା ଅଭିଯୋଗ ହେଉଛି । ସମ୍ପୃକ୍ତ କନସଲଟାନ୍ସି ସଂସ୍ଥାର ମନମାନି ବଢୁଥିଲେ ହେଁ ଏ ଦିଗରେ ଜନ୍ମ ମୃତ୍ୟୁ ପରିସଂଖ୍ୟାନ ବିଭାଗ ପକ୍ଷରୁ ପଦକ୍ଷେପ ଶୂନ । ତେବେ ଏ ସମ୍ପର୍କରେ ଜନ୍ମମୃତ୍ୟୁ ପରିସଂଖ୍ୟାନ ଅଧିକାରୀ ଡାକ୍ତର ପ୍ରଦୀପ ଗୁରୁଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme