Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘର ଧାରଣା: ନିୟମିତକରଣ ଦାବିରେ ଆନ୍ଦୋଳନ ତୀବ୍ର

Posted on December 10, 2025

ନିୟମିତକରଣ ଦାବିକୁ ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆନ୍ଦୋଳନକୁ ତୀବ୍ର କରିଛି। ଆଜିଠାରୁ ସଂଘ ଲୋୟର ପିଏମଜିରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଛି। ରାଜ୍ୟରେ ୧୩ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ପ୍ରାଥମିକ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଷୟ ପଢ଼ାଇଥିବା ସତ୍ୱେ ଏପର୍ଯ୍ୟନ୍ତ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ।

ଅଗଷ୍ଟ ୨୨ରେ ରାଜ୍ୟ ସରକାର ନିୟମିତକରଣ ଘୋଷଣା କଲେ ବି ୪ ମାସ ହେଉଯାଏଁ କୌଣସି ନିର୍ଦ୍ଦେଶନାମା ଜାରି ନହେବାରୁ ଶିକ୍ଷକମାନଙ୍କ ଅସନ୍ତୋଷ ବଢିଛି। ୧୩ଦଫା ଦାବିକୁ ନେଇ ଆଦର୍ଶ ବିଦ୍ୟାଳୟ ଶିକ୍ଷକ ମହାସଂଘ ମଧ୍ୟ ଲୋୟର ପିଏମଜିରେ ଧାରଣା ଦେଇଛି।

ପୂର୍ବାହ୍ଣରେ ଶିକ୍ଷକମାନେ ମାଷ୍ଟରକ୍ୟାଣ୍ଟିନ୍ ଛକରୁ ବିଧାନସଭା ଦିଗରେ ଶୋଭାଯାତ୍ରା କରିବାକୁ ଚେଷ୍ଟା କରିଥିଲେ। ପୁଲିସ ବ୍ୟାରିକେଡ୍ କରି ସେମାନଙ୍କୁ ଅଟକାଇଥିଲା। ସ୍ଥଳୀୟ ପ୍ରତିବାଦ ସଭାରେ ନେତୃତ୍ୱବୃନ୍ଦ କହିଲେ—୧୦ ବର୍ଷ ହେଲା ଆଦର୍ଶ ବିଦ୍ୟାଳୟ ଆରମ୍ଭ, କିନ୍ତୁ ଶିକ୍ଷକମାନଙ୍କର କ୍ୟାଡର ରୁଲ୍, ସୁରକ୍ଷା ଓ ଭବିଷ୍ୟତ ବିଷୟ ଅନିଶ୍ଚିତ। ମୃତ ୨୪ ଶିକ୍ଷକଙ୍କ ପରିବାର ଏବେ ପର୍ଯ୍ୟନ୍ତ ସହାୟତା ବଞ୍ଚିତ ବୋଲି ମହାସଂଘ ଅଭିଯୋଗ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme