Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶାରେ ମାଡ଼ ହେବ କି ବାତ୍ୟା ?

Posted on November 23, 2025

ସମ୍ଭାବ୍ୟ ବାତ୍ୟା ମାଡ଼ରୁ ଓଡ଼ିଶା ବର୍ତ୍ତି ଯାଇପାରେ । ଏହା ଓଡ଼ିଶା ଉପକୂଳକୁ ଆସିବା ଆଗରୁ ଦିଗ ବଦଳାଇ ବାଂଲାଦେଶ ଆଡ଼କୁ ପଳାଇବ । ଏହା ପ୍ରଭାବରେ ଓଡ଼ିଶାରେ ବିଶେଷ ବର୍ଷା ଆଶଙ୍କା ନାହିଁ । ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ ଏଭଳି ପୂର୍ବାନୁମାନ କରିଛନ୍ତି ।

ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ ଅନୁସାରେ, ଆସନ୍ତା ୧ ତାରିଖ ଅପରାହ୍ନ ବେଳକୁ ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ପାଖରେ ଥିବ । କିନ୍ତୁ ଏହା ଦିଗ ବଦଳାଇ ବାଂଲାଦେଶ ତଳ ହୋଇ ମ୍ୟାଁମାର ଆଡ଼କୁ ପଳାଇବ । ଓଡ଼ିଶା ଉପକୂଳରେ ପହଞ୍ଚିବା ଆଗରୁ ଏହା ପୁଣି ବୁଲିଯିବ । ସମୁଦ୍ରରେ ଥାଇ ଦିଗ ବଦଳାଇ ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ଅଭିମୁଖେ ଯିବ । ତେବେ ଏହି ଦିଗ ପରିବର୍ତ୍ତନକୁ ନେଇ ବିଭିନ୍ନ ମଡେଲର ଆକଳନରେ ଅସଙ୍ଗତି ରହୁଛି ।

ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ବଙ୍ଗୋପସାଗରରେ ଜଳପତ୍ତନର ତାପମାତ୍ରା ୨୭ ଡିଗ୍ରୀରୁ କମିବ । ଫଳରେ ବାତ୍ୟା ପାଇଁ ଅନୁକୂଳ ସ୍ଥିତି ରହିବନି । ଥଣ୍ଡା ବଢ଼ିବା ସହ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବା ପାଇଁ ପ୍ରତିକୂଳ ସ୍ଥିତି ରହିବ । ବାତ୍ୟା କେଉଁଠାରେ ସ୍ଥଳଭାଗ ଛୁଇଁବ, ତାହା ୨୭ ତାରିଖ ବେଳକୁ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ଆଇଏମ୍ଡି କହିଛି, ଶନିବାର ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି । ୨୪ ବା ୨୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଅବପାତ ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପୁଣି ଘନୀଭୂତ ହୋଇପାରେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme