Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଓଡ଼ିଶାରେ ‘ପିଏମ୍‌-ସ୍ବନିଧି’ ଅଭିଯାନ: ୧.୧୦ ଲକ୍ଷରୁ ଅଧିକ ପରିବାର ହେଲେ ଉପକୃତ

Posted on January 24, 2026

ଓଡ଼ିଶାରେ ଉଠା ଦୋକାନୀଙ୍କ ଆର୍ଥିକ ବିକାଶ ପାଇଁ ‘ପିଏମ୍‌-ସ୍ବନିଧି’ ଋଣ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର କୃଷି ଭବନଠାରେ ଆୟୋଜିତ ଏହି ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଋଣ ଏବଂ ନୂତନ କ୍ରେଡିଟ୍‌ କାର୍ଡ ବଣ୍ଟନ କରିଥିଲେ। ଏହି ଅବସରରେ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ ହୋଇଥିବା ୩ ଜଣ ସଫଳ ହିତାଧିକାରୀଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

ଏହି ଯୋଜନାର ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ବିନା ବନ୍ଧକରେ ପ୍ରଥମେ ୧୫,୦୦୦ ଟଙ୍କାର ଋଣ ପ୍ରଦାନ କରାଯାଉଛି। ଠିକ୍ ସମୟରେ ଋଣ ପରିଶୋଧ କଲେ ପରବର୍ତ୍ତୀ ପର୍ଯ୍ୟାୟରେ ୨୫,୦୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟକାରୀ ପୁଞ୍ଜି ମିଳିପାରିବ। ନୂତନ ଭାବେ ପ୍ରଚଳନ କରାଯାଇଥିବା କ୍ରେଡିଟ୍ କାର୍ଡ ଦ୍ୱାରା ବ୍ୟବସାୟୀମାନେ ନମନୀୟ ଋଣ ସୁବିଧା ପାଇବା ସହ ସେମାନଙ୍କ ବ୍ୟବସାୟକୁ ଆଗକୁ ବଢ଼ାଇପାରିବେ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧,୧୦,୧୨୮ ଜଣ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଉପକୃତ ହୋଇଛନ୍ତି।

ରାଜ୍ୟ ସରକାର ଏହି ଯୋଜନାକୁ ଅନ୍ୟ ୮ଟି ପ୍ରମୁଖ ସାମାଜିକ କଲ୍ୟାଣକାରୀ ଯୋଜନା ସହ ସଂଯୋଗ କରିଛନ୍ତି। ଏଥିରେ:

  • ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା: ୧୨,୩୯୧ ଜଣ ସାମିଲ।
  • ଜୀବନ ଜ୍ୟୋତି ବୀମା ଯୋଜନା: ୬,୪୨୧ ଜଣ ସାମିଲ।
  • ଜନ-ଧନ ଯୋଜନା: ୧,୩୮୭ ଜଣ ସାମିଲ।
  • ଏହାଛଡ଼ା ‘ୱାନ ନେଶନ୍‌ ୱାନ୍‌ ରାଶନ କାର୍ଡ’ ଏବଂ ପିଏମ୍‌ଏୱାଇ (PMAY) ର ସୁବିଧା ଶତ ପ୍ରତିଶତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
    ମନ୍ତ୍ରୀ ନିଜ ଅଭିଭାଷଣରେ ରାସ୍ତାକଡ଼ ବିକ୍ରେତାମାନଙ୍କୁ ସହରାଞ୍ଚଳ ଅର୍ଥନୀତିର ‘ମେରୁଦଣ୍ଡ’ ଭାବେ ଅଭିହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାୟକ ବାବୁ ସିଂ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ, ସୁଡା ନିର୍ଦ୍ଦେଶକ ରବୀନ୍ଦ୍ର ସାହୁ ଏବଂ ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme