Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏବର୍ଷ ଶୁକ୍ରବାର ପାଳିବେ ଛାଡ଼ଖାଇ, ଟାର୍ଗେଟ ୭ କୋଟିର ବେପାର

Posted on November 3, 2025

ଆରମ୍ଭ ହୋଇଛି  କାର୍ତ୍ତିକ ମାସର ପଞ୍ଚୁକ । ଏଥରକ ପଞ୍ଚୁକ ଚାରିଦିନ  ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ  ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ ।  ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର । ତେଣୁ  ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ । ଛାଡ଼ଖାଇ ପୂର୍ବରୁ ଏବେଠୁ ବେପାରୀଙ୍କୁ  ବରାଦ ହୋଇଗଲାଣି । ଏଥର ୭ କୋଟି ଟଙ୍କାର ବେପାର ପାଇଁ ଆଶା ରଖିଛନ୍ତି ଆମିଷ ବେପାରୀ ।

ଗତବର୍ଷ ଦ୍ୱୈତନଗରୀ ଭୁବନେଶ୍ୱର ଓ କଟକରେ  ୮ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଆମିଷ ବେପାର  ହୋଇଥିଲା। ସେଥିମଧ୍ୟରୁ ଭୁବନେଶ୍ୱରରେ କେବଳ ୫ କୋଟିର ବିକ୍ରିବଟା ହୋଇଥିଲା। ଏଥରକ ଉଭୟ ସହରରେ ୧୦ କୋଟିର ବେପାର ହେବ ବୋଲି  ଆକଳନ କରାଯାଇଛି। ଯଦି ଭୁବନେଶ୍ୱର କଥା କହିବା, ଅଣ ଛାଡ଼ଖାଇ ସମୟରେ ପ୍ରତିଦିନ ବେପାର କୋଟିଏ ଛୁଏଁ। ହେଲେ ରଜ, ଛାଡ଼ଖାଇ  ଆସିଲେ ବେପାର ୩ଗୁଣ ହୋଇଯାଏ। ଛାଡ଼ଖାଇ ପାଇଁ ଆସନ୍ତା ବୁଧବାର ଦିନ ଭୁବନେଶ୍ୱରକୁ  ୪୫୦ରୁ ୫୦୦ କୁଇଣ୍ଟାଲ ଖାସି ଆସିବ। ଏହି ସବୁ  ଖାସି କୋଲକାତା ସମେତ ହରିପୁର, ଦଶପଲ୍ଲା, ବାରିପଦା, ଯଶିପୁର ଆଦି ସ୍ଥାନରୁ ଅଣାଯିବ। ସେହିପରି ୨୦୦୦ ଟନ୍‌ କୁକୁଡ଼ା ମଧ୍ୟ ଆସିବ। ଆନ୍ଧ୍ରପ୍ରଦେଶ ସହ ଚିଲିକା, ଭୂଷଣ୍ଡପୁର, ପାରାଦୀପ, ବାଲେଶ୍ୱର ଓ  ଭଦ୍ରକ ଆଦି ସ୍ଥାନରୁ ୨୦ରୁ ୨୫ଟି ମାଛ ଗାଡ଼ି ପାଇଁ  ବରାଦ ଦିଆଯାଇଛି । ଆସନ୍ତାକାଲି ଦର ତାଲିକା  କରାଯିବ ବୋଲି ନିଖିଳ ଓଡ଼ିଶା ଆମିଷ ବ୍ୟବସାୟୀ  ମହାସଂଘ ପକ୍ଷରୁ ସୂଚନା ମିଳିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme