Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏନ.ଟି.ପି.ସି. କଣିହାଁ ତରଫରୁ ମିଡ଼ିଆ ସମ୍ପର୍କ କାର୍ଯ୍ୟକ୍ରମ-୨୦୨୫ ଅନୁଷ୍ଠିତ।

Posted on November 20, 2025

ଏନଟିପିସି ତାଳଚେର କଣିହାଁ ତରଫରୁ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଜି ମିଡ଼ିଆ ସମ୍ପର୍କ କାର୍ଯ୍ୟକ୍ରମ-୨୦୨୫ ସ୍ଥାନୀୟ ଦୀପତରଙ୍ଗ କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏନଟିପିସି ତାଳଚେର କଣିହାଁ ପ୍ରକଳ୍ପର କାର୍ଯ୍ଯନିର୍ବାହୀ ନିର୍ଦ୍ଦେଶକ କେ. ଏନ. ରେଡ୍ଡୀ ଯୋଗ ଦେଇ ଏନଟିପିସି ର ବିଭିନ୍ନ କାର୍ଯ୍ଯ ସଂପର୍କରେ ସୂଚନା ଦେଇଥିଲେ । ସ୍ଥାନୀୟ ଅଂଚଳରେ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଏହି ପ୍ରକଳ୍ପଗୁଡ଼ିକ ପ୍ରତ୍ୟେକ ଭିତିଭୂମି ଯଥା ଆପ୍ରୋଚ୍ ରୋଡ, ଡ୍ରେନେଜ, ପରିବହନ ଏବଂ ଯୋଗାଯୋଗ ସୁବିଧାରେ ଉନ୍ନତି ଆଣିବାରେ ସହାୟକ ହୋଇପାରିଛି ବୋଲି ସେ ପ୍ରକାଶ କରିଥିଲେ। ଶିକ୍ଷା, ପାନୀୟ ଜଳ, ପରିମଳ, ସ୍ୱାସ୍ଥ୍ୟ, ମହିଳା ସଶସ୍ତୀକରଣ, ବୃକ୍ଷରୋପଣ, ଗ୍ରାମୀଣ କ୍ରୀଡ଼ା ଇତ୍ୟାଦି କ୍ଷେତ୍ରରେ ଆଖପାଖ ଗ୍ରାମରେ ଏନଟିପିସି କଣିହାଁ ପକ୍ଷରୁ ବିଭିନ୍ନ ପ୍ରକାରର ବିକାଶମୂଳକ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ରେଡ୍ଡୀ କହିଥିଲେ। ଏ ଅବସରରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପକ୍ଷରୁ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କୁ ବିଭିନ୍ନ ପ୍ରକାରର ପ୍ରଶ୍ନ ପଚରା ଯିବା ସହ ଅଂଚଳର ସର୍ବାଙ୍ଗୀନ ଉନ୍ନତି ବିଭିନ୍ନ ପ୍ରକାରର ବିକାଶମୂଳକ ପ୍ରସ୍ତାବ ମାନ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଗୋଳ ଜିଲ୍ଲାର ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme