Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଣିକି ସ୍କୁଲରେ ପାଳନ ହେବନି ଶିଶୁଦିବସ, ଗୁରୁଦିବସ !

Posted on December 19, 2025

୨୦୨୬ ମସିହା ପାଇଁ ପ୍ରକାଶ ପାଇଥିବା ବିଦ୍ୟାଳୟର ବାର୍ଷିକ ଛୁଟି ତାଲିକାରେ ଗୁରୁ ଦିବସ ଏବଂ ଶିଶୁ ଦିବସକୁ ‘ପାଳନୀୟ ଦିବସ’ ଭାବେ ସ୍ଥାନ ଦିଆଯାଇ ନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମାଧ୍ୟମିକ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ଏହି ତାଲିକା ଅନୁଯାୟୀ, ଉଭୟ ଦିବସରେ ପିଲାମାନେ ସ୍କୁଲ ଆସିବେ ଓ ଅନ୍ୟ ଦିନ ପରି ସାଧାରଣ ପାଠପଢ଼ା ହେବ। କୌଣସି କାର୍ଯ୍ୟକ୍ରମ ପାଳନ କରାଯିବ ନାହିଁ।

ଦେଶର ଦୁଇ ମହାନ ବରପୁତ୍ରଙ୍କ (ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଓ ଜବାହରଲାଲ ନେହେରୁ) ଜୟନ୍ତୀକୁ ପାଳନ ନ କରିବାକୁ ନିଆଯାଇଥିବା ନିଷ୍ପତ୍ତି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକ ମହଲରେ ଗଭୀର ରେଖାପାତ କରିଛି।

ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଯେ, ଏହି ଦିବସ ପାଳନ ଦ୍ୱାରା ପିଲାମାନେ ଉକ୍ତ ମହାନ ନେତାଙ୍କ ସ୍ୱାଧୀନତା ଆନ୍ଦୋଳନ ତଥା ଇତିହାସ ବିଷୟରେ ଜାଣିଥା’ନ୍ତି। ନାମ ବାଦ୍ ଦେବା ରାଜ୍ୟ ସରକାରଙ୍କ ‘ଗୁରୁଶିଷ୍ୟ ପରମ୍ପରାକୁ ବିଲୋପ’ କରିବାର ଉଦ୍ୟମ।

ଜାରି ହୋଇଥିବା ତାଲିକାରେ ମୋଟ ୮୨ଟି ଛୁଟି ଦିବସ ଓ ୬ଟି ପାଳନୀୟ ଦିବସ ରହିଛି। ତେବେ ଗୁରୁ ଦିବସ ଓ ଶିଶୁ ଦିବସକୁ ପାଳନୀୟ ଦିବସ ଭାବେ ଘୋଷଣା ନ କରିବାକୁ ଓଡ଼ିଶା ସରକାରୀ ହାଇସ୍କୁଲ୍ (ମାଧ୍ୟମିକ) ଏନ୍‌ପିଏସ୍ ଶିକ୍ଷକ ସଂଘ ପ୍ରତିବାଦ କରିଛି।

ନୂଆ ସରକାର ଆସିବା ପରେ ମାର୍ଚ୍ଚ ୫ରେ ପଞ୍ଚାୟତରାଜ ଦିବସ ଛୁଟିକୁ ମଧ୍ୟ ତାଲିକାରୁ ବାଦ୍ ଦିଆଯାଇଛି। ଶିକ୍ଷକ ସଂଘଗୁଡ଼ିକ ତୁରନ୍ତ ଏହି ଛୁଟି ତାଲିକାକୁ ସଂଶୋଧନ କରି ଗୁରୁ ଦିବସ ଓ ଶିଶୁ ଦିବସକୁ ପାଳନୀୟ ଦିବସ ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

October 2026
M T W T F S S
 1234
567891011
12131415161718
19202122232425
262728293031  
« Sep    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme