Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଣିକି ମନଇଚ୍ଛା ବାତିଲ ହୋଇପାରିବନି ଡିଏଲ୍‌, ଆର୍‌ସି

Posted on December 16, 2025

ରାଜ୍ୟର ଅନେକ ଆର୍‌ଟିଓ(ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ) ପକ୍ଷରୁ ମୋଟର ଭେଇକିଲ୍ ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଯାଇ ଗାଡ଼ି ମାଲିକଙ୍କ ଡିଏଲ୍ ବା ଗାଡ଼ିର ଆର୍‌ସିକୁ ବାତିଲ୍ କରି ଦିଆଯାଉଥିଲା । ଏହାର କୌଣସି ରେକର୍ଡ ରଖାଯାଉ ନ ଥିଲା । କିମ୍ବା ଗାଡ଼ି ମାଲିକଙ୍କୁ କାର୍ଯ୍ୟାନୁଷ୍ଠାନର କାରଣ ସମ୍ପର୍କରେ ଅବଗତ କରାଯାଉ ନଥିଲା । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ(ଏସ୍‌ଟିଏ)କୁ ଅନେକ ଅଭିଯୋଗ ଆସିବା ପରେ କମିସନର ଏହା ଉପରେ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି । ଏହି ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ବିଭିନ୍ନ ଆର୍‌ଟିଓ, ଏମ୍‌ଭିଆଇ, ଏଆର୍‌ଟିଓଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଜାରି କରାଯାଇଛି ।

ଏସ୍‌ଟିଏ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଡ୍ରାଇଭିଂ ଲାଇସେନ୍ସ, ଫିଟ୍‌ନେସ୍ ସାର୍ଟିଫିକେଟ୍, ପଞ୍ଜୀକରଣ ସାର୍ଟିଫିକେଟ୍ ଆଦି ବାତିଲ୍ କରିବା ବେଳେ ଏଥିପାଇଁ ଥିବା ନିୟମର କିପରି ଠିକ୍ ଅନୁପାଳନ କରାଯିବ ସେ ସଂକ୍ରାନ୍ତରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି । ଡିଏଲ୍ ବାତିଲ୍ କରିବା ପୂର୍ବରୁ ଜଣେ ଅଧିକାରୀ କେଉଁ କାରଣ ପାଇଁ ଏହା ବାତିଲ୍ କରୁଛନ୍ତି ସେ ସଂକ୍ରାନ୍ତରେ ଉଲ୍ଲେଖ କରିବେ । ସରକାରୀ ଭାବେ ଏହାର ରେକର୍ଡ ରଖିବେ । ଉକ୍ତ ରେକର୍ଡରେ କେଉଁ କାରଣ ପାଇଁ ଜଣେ ବ୍ୟକ୍ତିଙ୍କ ଡିଏଲ୍ ବାତିଲ୍ ହେଲା ସେ ସଂକ୍ରାନ୍ତରେ ଜଣାଇବେ । ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଲାଇସେନ୍ସିଂ ଅଥରିଟି ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବେ । ଏହି ଡିଏଲ୍ ବାତିଲ୍ ସଂକ୍ରାନ୍ତରେ ସାରଥି କିମ୍ବା ବାହନ ପୋର୍ଟାଲରେ ସବିଶେଷ ତଥ୍ୟ ରଖାଯିବ । ଯଦି ଗୋଟେ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍ ନାହିଁ ତାହେଲେ ଉକ୍ତ ଗାଡ଼ିଟି ପଞ୍ଜୀକରଣ ପାଇଁ ମଧ୍ୟ ଯୋଗ୍ୟ ନୁହେଁ ।

ଯଦି କୌଣସି ଗାଡ଼ି ରାସ୍ତାରେ ଗଡ଼ିବା ପାଇଁ ଫିଟ୍ ନଥିବ ଏବଂ ଗାଡ଼ିଟି ଚାଲୁଥିବାର ଦେଖାଯିବ ତାହେଲେ ଏମ୍‌ଭିଆଇ ତୁରନ୍ତ ଉକ୍ତ ଗାଡ଼ିର ଫିଟ୍‌ନେସ୍ ସାର୍ଟିଫିକେଟ୍‌କୁ ବାତିଲ୍ କରିବା ପାଇଁ ପଦକ୍ଷେପ ନେବେ । ଯଦି କୌଣସି ଗାଡ଼ି ଦୁର୍ଘଟଣା ପରେ ତାହାର ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍ ନଥିବାର ଜଣାପଡ଼ିବ ଉକ୍ତ ଗାଡ଼ିର ଫିଟ୍ନେସ୍ ସାର୍ଟିଫିକେଟ୍କୁ ତୁରନ୍ତ ବାତିଲ୍ କରାଯିବ । ଏ ସଂକ୍ରାନ୍ତରେ ବାହାନ ପୋର୍ଟାଲରେ ଦର୍ଶାଯିବ । ଗୋଟେ ଗାଡ଼ି ଯଦି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ତେବେ ତାହାର ଆର୍ସିକୁ ବାତିଲ୍ କରାଯିବ । ଯଦି ଗାଡ଼ି ସମ୍ପୂର୍ଣ୍ଣ ଭାବେ ବ୍ୟବହାର ପାଇଁ ଅନୁପଯୋଗୀ ସେ କ୍ଷେତ୍ରରେ ମଧ୍ୟ ଆର୍ସି ବାତିଲ୍ କରାଯିବ । କିମ୍ବା ଗାଡ଼ିଟି ଯଦି ସର୍ବସାଧାରଣଙ୍କ ପାଇଁ ବିପଦ ସୃଷ୍ଟି କରୁଥାଏ ସେ କ୍ଷେତ୍ରରେ ମଧ୍ୟ ଆର୍ସି ବାତିଲ୍ କରାଯାଇ ପାରିବ । ଏସବୁ କ୍ଷେତ୍ରରେ କେତେକ ନିୟମକୁ ସମସ୍ତ ଆର୍‌ଟିଓ, ଏମ୍‌ଭିଆଇ, ଏଆର୍‌ଟିଓମାନେ ପ୍ରାଧାନ୍ୟ ଦେବାକୁ କୁହାଯାଇଛି । ପ୍ରଥମେ ଗାଡ଼ିଟିକୁ ଯାଞ୍ଚ୍ କରି ତାହାର କ’ଣ ସବୁ ତ୍ରୁଟି ରହିଛି ତାହାର ଏକ ରେକର୍ଡ ପ୍ରସ୍ତୁତ କରିବେ । ଗାଡ଼ି ମାଲିକଙ୍କୁ ଏ ସଂକ୍ରାନ୍ତରେ ନୋଟିସ୍ ମଧ୍ୟ କରିବେ । ଯେକୌଣସି ଡକ୍ୟୁମେଣ୍ଟ୍ ଯେମିତିକି ଆର୍‌ସି, ଡିଏଲ୍ ଅବା ଫିଟ୍‌ନେସ୍ ସାର୍ଟିଫିକେଟ୍ ବାତିଲ୍ ସଂକ୍ରାନ୍ତରେ କାରଣ ଦର୍ଶାଇବାକୁ ପଡ଼ିବ । ଅଫିସିଆଲ୍ ରେକର୍ଡରେ ଏସବୁ ସଂକ୍ରାନ୍ତରେ ବିସ୍ତୃତ ଭାବେ ଉଲ୍ଲେଖ କରାଯିବ । ସମସ୍ତ ଆରଟିଓ, ଏମ୍‌ଭିଆଇମାନଙ୍କୁ ଏହି ଆଦେଶକୁ କଡ଼ାକଡ଼ି ପାଳନ କରିବାକୁ ଆଦେଶ ଦିଆଯାଇଛି । ଯଦି କେହି ବି ଏହାର ଉଲ୍ଲଂଘନ କରିଥିବାର ଜଣାପଡ଼େ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme