Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏଣିକି ଟୋଲ୍ ଟ୍ୟାକ୍ସ ଆଦାୟ କରିବ AI, ୨୦୨୬ ଶେଷ ସୁଦ୍ଧା ହେବ କାର୍ଯ୍ୟକାରୀ

Posted on December 18, 2025

 କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା । ସାରା ଦେଶରେ ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଟୋଲ୍ ସିଷ୍ଟମ୍ ଏବଂ ଏଆଇ-ଚାଳିତ ରାଜପଥ ପରିଚାଳନା ୨୦୨୬ ଶେଷ ସୁଦ୍ଧା ଶେଷ ହେବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଟୋଲ୍ ପ୍ଲାଜାରେ ଏହି ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ ହେବା ପରେ, ଟୋଲ୍ ପ୍ଲାଜାରେ ଯାତ୍ରୀମାନଙ୍କ ଅପେକ୍ଷା ସମୟ ହ୍ରାସ ହେବ । 

ନୀତିନ ଗଡ଼କରୀଙ୍କ କହିବାନୁସାରେ, ନୂତନ ପ୍ରଯୁକ୍ତିବିଦ୍ୟା ଏଆଇ ଆଧାରିତ ହେବ । ଯାତ୍ରୀମାନଙ୍କୁ ଟୋଲ୍ ପ୍ଲାଜାରେ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଏହି ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକାରୀ ହେବା ପରେ ଏହା ୧୫୦୦ କୋଟି ଇନ୍ଧନ ସଞ୍ଚୟ କରିବ ଏବଂ କେନ୍ଦ୍ର ସରକାରଙ୍କ ରାଜସ୍ୱରେ ୬ ହଜାର କୋଟି ଯୋଡ଼ିହେବ ।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, “ମଲ୍ଟି-ଲେନ୍ ଫ୍ରି ଫ୍ଲୋ ଟୋଲ୍ ଏକ ଭଲ ସୁବିଧା । ପୂର୍ବରୁ ଟୋଲ୍‌ରେ ଦେୟ ଦେବାକୁ ପଡ଼ୁଥିଲା ଯେଉଁଥିରେ ୩ ରୁ ୧୦ ମିନିଟ୍ ସମୟ ଲାଗୁଥିଲା । ଫାଷ୍ଟଟ୍ୟାଗ୍ ଯୋଗୁଁ ବର୍ତ୍ତମାନ ଏହି ସମୟ ୬୦ ସେକେଣ୍ଡ କିମ୍ବା ତା’ଠାରୁ କମ୍ ହୋଇଛି । ଫଳରେ ୟ ଅତି କମ୍‌ରେ ୫ ହଜାର କୋଟି ଟଙ୍କା ବୃଦ୍ଧି ପାଇଛି । ଏମଏଲଏଫଏଫ ଫାଷ୍ଟଟ୍ୟାଗ୍ ବଦଳାଇବା ପରେ, ଯାନବାହାନଗୁଡ଼ିକ ଏବେ ସର୍ବାଧିକ ୮୦ କିମି ଘଣ୍ଟା ବେଗରେ ଟୋଲ୍ ପାର୍ କରିପାରିବେ ।” ଗଡ଼କରୀ ଆହୁରି କହିଛନ୍ତି, “୨୦୨୬ ସୁଦ୍ଧା, ଆମେ ଏହି କାମକୁ ୧୦୦ ପ୍ରତିଶତ ଶେଷ କରିବୁ ଏବଂ ଏହି କାମ ଶେଷ ହେବା ପରେ, ଏହା ଆମ ଆୟରୁ ୧୫୦୦ କୋଟି ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରିବ ଏଥିସହ ଆୟ ୬ ହଜାର କୋଟି ଟଙ୍କା ବୃଦ୍ଧି ପାଇବ । ଏହା କାର୍ଯ୍ୟକାରୀ ହେବା ପରେ ଲୋକଙ୍କୁ ଟୋଲ୍ ପ୍ଲାଜାରେ କୌଣସି ସମସ୍ୟା ହେବ ନାହିଁ ଏବଂ ଲୋକଙ୍କୁ ଟୋଲ୍ ପ୍ଲାଜାରେ ଅଟକିବାକୁ ପଡ଼ିବ ନାହିଁ,” ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme