Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

‘ଏକ୍ସ’ ଉପରେ ଲାଗିଲା ୧୦୮୦ କୋଟି ଟଙ୍କାର ଜରିମାନା, ‘ଡିଜିଟାଲ ସର୍ଭିସ୍ ଆକ୍ଟ’ ଉଲଂଘନ ଅଭିଯୋଗ

Posted on December 7, 2025

ଏଲନ୍ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଝଟକା। ଡିଜିଟାଲ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ୟୁରୋପୀୟ ସଂଘ ନେଇଛି ବଡ଼ ପଦକ୍ଷେପ। ୟୁରୋପୀୟ ସଂଘ ଡିଜିଟାଲ୍ ସେବା ଆଇନ ଉଲ୍ଲଂଘନ କରିବା ପାଇଁ ‘ଏକ୍ସ’ କୁ ୧୨୦ ନିୟୁତ ୟୁରୋ ବା ପ୍ରାୟ ୧,୦୮୦ କୋଟି ଜରିମାନା କରାଯାଇଛି। ୟୁରୋପୀୟ କମିଶନଙ୍କ ଅନୁଯାୟୀ,‘ଏକ୍ସ’ ର ପ୍ଲାଟଫର୍ମ ସ୍ୱଚ୍ଛତା ଏବଂ ଉପଭୋକ୍ତା ସୁରକ୍ଷା ସହିତ ଜଡିତ ତିନୋଟି ପ୍ରମୁଖ ନିୟମ ଉଲ୍ଲଂଘନ କରିଛି, ଯାହା ‘ବ୍ଲୁ ଟିକ୍’ ମାର୍କ ଏବଂ ବିଜ୍ଞାପନ ଡାଟାବେସ୍ ସମ୍ପର୍କରେ ବ୍ୟବହାରକାରୀଙ୍କୁ ଭ୍ରମିତ କରିପାରେ।

ୟୁରୋପୀୟ ସଂଘ କହିଛି, ‘ଏକ୍ସ’ ପକ୍ଷରୁ ‘ଡିଜିଟାଲ ସର୍ଭିସ୍ ଆକ୍ଟ’ ରେ ନିର୍ଦ୍ଧାରିତ ସ୍ୱଚ୍ଛତା ମାନଦଣ୍ଡ ପାଳନ କରାଯାଇ ନାହିଁ। ଏହି ଆଇନ ଅନୁଯାୟୀ ପ୍ଲାଟଫର୍ମଗୁଡ଼ିକ ଏହା ସୁନିଶ୍ଚିତ କରିବାକୁ ବାଧ୍ୟ କରାଯାଇଥାଏ ଯେ, ୟୁଜର ସୁରକ୍ଷିତ ରୁହନ୍ତୁ ଓ ଭୁଲ କଣ୍ଟେଣ୍ଟ କିମ୍ବା ସ୍କାମଠାରୁ ନିଜକୁ ରକ୍ଷା କରନ୍ତୁ। କମିଶନ୍‌ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ‘ଡିଜିଟାଲ ସର୍ଭିସ୍ ଆକ୍ଟ’ ନିୟମ ଭାଙ୍ଗିଥିବାରୁ ଭାରୀ ଜରିମାନା ହୋଇପାରେ।

​​​​​​​
ଇୟୁ ଅନୁସାରେ, ଏକ୍ସର ବ୍ଲୁ ଚେକମାର୍କ ଏଭଳି ଡିଜାଇନ୍ କରାଯାଇଥିଲା, ଯେପରି ୟୁଜର୍ସକୁ ଭ୍ରମିତ କରିପାରିବ। ଏହା ଠକେଇ, ନକଲି ଆକାଉଣ୍ଟ ଏବଂ ହେରଫେରର ବିପଦକୁ ବୃଦ୍ଧି କରେ। କମିଶନ ଏହାକୁ ଏକ ଇୟୁ ଅନଲାଇନ୍ ସୁରକ୍ଷା ମାନଦଣ୍ଡକୁ ଉଲ୍ଲଂଘନ କରୁଛି ବୋଲି କହିଛି। ନିୟମ ଅନୁଯାୟୀ ପ୍ଲାଟଫର୍ମଗୁଡ଼ିକୁ ସେମାନଙ୍କର ସମସ୍ତ ବିଜ୍ଞାପନର ଏକ ଡାଟାବେସ୍ ପ୍ରଦାନ କରିବାକୁ ପଡିବ, ଯେଉଁଥିରେ ବିଜ୍ଞାପନ କିଏ ରଖିଛି, ଟାର୍ଗେଟେଡ୍ ଅଡିୟନ୍ସ ଏବଂ ଉଦ୍ଦେଶ୍ୟ ବିଷୟରେ ସ୍ପଷ୍ଟ ସୂଚନା ରହିବ। ତଥାପି, କମିଶନ ଜାଣିପାରିଲେ ଯେ, ‘ଏକ୍ସ’ ର ଡାଟାବେସ୍ ଆକ୍ସେସରେ ବିଳମ୍ବ ହୋଇଥିଲା ଏବଂ ସୂଚନା ଅସମ୍ପୂର୍ଣ୍ଣ ଥିଲା। ଏହିପରି ଡିଜାଇନ୍ ଫିଚର୍ସ ରିସର୍ଚ୍ଚରଙ୍କ ପାଇଁ ନକଲି ବିଜ୍ଞାପନ ଏବଂ ପ୍ରୋପାଗଣ୍ଡାକୁ ଚିହ୍ନିବାରେ କଷ୍ଟକର ହୋଇଥିଲା। ଡାଟା ଆକ୍ସେସ୍ କରିବାରେ ‘ଏକ୍ସ’ ପ୍ଲାଟଫର୍ମକୁ ଅନାବଶ୍ୟକୀୟ ବାଧା ହୋଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme