Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଏକମାସୀୟ ଶୀତ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା, ରାଜନୈତିକ ଉଷ୍ମା ବଢ଼ିଲା

Posted on November 26, 2025

୨୭ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ଶୀତକାଳୀନ ଅଧିବେଶନ । ପ୍ରାୟ ଏକମାସ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଐତିହାସିକ ହେବାକୁ ଯାଉଛି । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ । ଆସନ୍ତା ୨୭ ତାରିଖ ଅପରାହ୍ନ ୪ଟା ୩୦ରୁ ୫ଟା ୩୦ ଯାଏଁ ଗୋଟିଏ ଘଣ୍ଟା ଧରି ଗୃହରେ ଉଦବୋଧନ ରଖିବେ ରାଷ୍ଟ୍ରପତି, ଯାହା ବିଧାନସଭା ଇତିହାସରେ ପ୍ରଥମ । ଏହାକୁ ବେଶ ସ୍ମରଣୀୟ କରିବା ପାଇଁ ଭିତର ଠାରୁ ବାହାର ପର୍ଯ୍ୟନ୍ତ ସଜେଇ ହେଲାଣି ବିଧାନସଭା । ଏହାରି ଭିରେ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ସରକାର । ତେବେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୩୩ ପ୍ଲାଟୁନ୍‌ ପୁଲିସ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ବୋମା ନିଷ୍କ୍ରିୟକାରୀ ଦଳ ସଜାଗ ହୋଇ ଅଛନ୍ତି । ପ୍ରାୟ ଗୋଟିଏ ମାସ ଧରି ଚାଲିବ ବିଧାନସଭାର ଶୀତ ଅଧିବେଶନ । ହେଲେ ସରକାରଙ୍କୁ ଗୃହରେ ଘେରିବାରୁ ସଜବାଜ ହେଲେଣି ବିରୋଧୀ ବିଜେଡି ଓ କଂଗ୍ରେସ । ସେପଟେ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି`

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme