
ଓଡ଼ିଶା ହାଇକୋର୍ଟ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛି । ପରୀକ୍ଷାର ସ୍ବଚ୍ଛତା ଉପରେ ସନ୍ଦେହ ଉଠିଥିବାରୁ ଏହି ସିଦ୍ଧାନ୍ତ ନିଆଯାଇଛି । ହାଇକୋର୍ଟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଜଣାଯାଇଛି ଯେ ନୂଆ ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତା ଡିସେମ୍ବର ୭ରେ ହେବ ।
ଏହି ପରୀକ୍ଷାରେ ପ୍ରିଲିମିନାରି ପରୀକ୍ଷା ଉତ୍ତୀର୍ଣ୍ଣ ୭,୧୧୩ ପ୍ରାର୍ଥୀ ଯୋଗ ଦେବେ । ଇ-ଆଡମିଟ୍ କାର୍ଡ ନଭେମ୍ବର ୧୭ରୁ ଡିସେମ୍ବର ୫ ପର୍ଯ୍ୟନ୍ତ ଉପଲବ୍ଧ ହେବ । ୧୪୭ଟି ଏଏସଓ ପଦ ପୂରଣ ପାଇଁ ହାଇକୋର୍ଟ ମେ ୧୪, ୨୦୨୪ରେ ବିଜ୍ଞପ୍ତି ପ୍ରକାଶ କରିଥିଲା ।
