Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଭି ଗାଡିର ବ୍ୟାଟ୍ରି ଫାଟି ଶୋରୁମ ଜଳି ଧ୍ବଂସ

Posted on October 9, 2025

୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ୩୦ ଟି ଇଭି ଗାଡି ଜଳି ପାଉଁଶ

କୋଣାର୍କ: କୋଣାର୍କ ଥାନା ଅଧିନ କୋଣାର୍କ ଏନଏସି ମାଧିପୂର ଛକ ନିକଟ ରେ ଥିବା ଏକ “ଏଡିଏମଏସ” କମ୍ପାନୀ ର ଇଭି ଗାଡି ଶୋରୁମ ରେ ବୁଧବାର ଅପରାହ୍ଣ ରେ ଅଚାନକ ଏକ ନୂଆ ଗାଡି ମଧ୍ୟରୁ ବ୍ୟାଟ୍ରି ଫାଟି ନିଆଁ ଲାଗି ହୁହୁ ହୋଇ ଜଳିବା ଆରମ୍ଭ କରିଥିଲା ।ସୋରୁମ ର କର୍ମଚାରୀ ମାନେ ତୁରନ୍ତ ଅଗ୍ନିଶମ କୁ ୧୧୨ ନଂ ମାଧ୍ୟମରେ ଯୋଗାଯୋଗ କରିଥିଲେ ।ମାତ୍ର ୧୧୨ ସରକରୀ ବ୍ୟବସ୍ଥା ରେ ଅଗ୍ନିଶମ ଗାଡି କୁ ପଠାଇବା ରେ ବିଳମ୍ବିତ ପକ୍ରିୟା ପାଇଁ ସରୁମଧ୍ୟରେ ଥିବା ୩୦ ଗୋଟି ଗାଡି ରେ ଗୋଟିଏ ପରେ ଗୋଟିଏ ଗାଡି ନିଆଁ ଲାଗି ହୁ ହୁ ହୋଇ ଜଳିବା ସହ ବ୍ୟାଟ୍ରି ଗୁଡିକ ବହୁତ ଜୋର ରେ ବିସ୍ଫୋରିତ ହୋଇ ନିଆଁ ଉଗ୍ରରୂପ ନେଇଥିଲା । ଖବର ପାଇ ଦୀର୍ଘ ୪୫ ମିନିଟ୍ ପରେ କୋଣାର୍କ ଚମ୍ପାହର ଅଗ୍ନିଶମ ର ଦୁଇଟି ଦମକଳ ଗାଡି ପହଁଛି ନିଆଁ କୁ ଲିଭାଇ ଆୟତ୍ତ କରିବା ବେଳକୁ ସୋରୁମ ମଧ୍ୟରେ ଥିବା ସମସ୍ତ ଗାଡି ସହ ଆସବାପତ୍ର ଜଳି ପାଉଁଶ ହୋଇଯାଇଥିଲା ।ସୋରୁମ ମଧ୍ୟରେ ଥିବା ନୂତନ ୨୫ ଗୋଟି ଇ ବାଇକି ଓ ୫ ଟି ସର୍ଭିସିଂ ପାଇଁ ରକ୍ଷା ଯାଇଥିବା ପୁରୁଣା ଗାଡି ସହିତ ଆସବାପତ୍ର ର ଆନୁମାନିକ ମୂଲ୍ୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ସୋରୁମ ର ମାଲିକ ସୌମ୍ୟରଂଜନ ସ୍ୱାଇଁ ପ୍ରକାଶ କରିଛନ୍ତି । ଖବର ପାଇଁ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ନିଆଁ କିପରି ଲାଗିଲା କିଏ ଲଗାଇଲା ତାହା ତଦନ୍ତ ପରେ ଜଣା ପଡିବ ବୋଲି କୋଣାର୍କ ପୋଲିସ କହିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme