
ଇତିହାସ ରଚିଲା ଭାରତ। ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରି ପ୍ରଥମ ବିଶ୍ୱକପ ଟାଇଟଲ ହାସଲ କଲା ଭାରତୀୟ ମହିଳା କ୍ରିକେଟ ଦଳ। ଅଧିନାୟକ ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଏହି ଗୌରବ ଲାଭ କରି ଭାରତୀୟ କ୍ରିକେଟ ଇତିହାସରେ ନୂଆ ପୃଷ୍ଠା ରଚିଛି।
ଶେଫାଳି ବର୍ମାଙ୍କ ଦମଦାର ୮୭ ରନର ପ୍ରଦର୍ଶନ ଓ ୨ ୱିକେଟ ନେଇଥିବା ବୋଲିଂରେ ଭାରତ ବିଶ୍ୱବିଜୟୀ ହୋଇଛି। ଦିପ୍ତୀ ଶର୍ମା ଚମତ୍କାର ବୋଲିଂ କରି ୫ ୱିକେଟ ନେଇଥିଲେ, ଯାହା ଦକ୍ଷିଣ ଆଫ୍ରିକାକୁ ୨୪୬ ରନରେ ସମାପ୍ତ କରିଦେଲା।
ପୂର୍ବରୁ ଭାରତ ୨୯୯ ରନର ଟାର୍ଗେଟ ଦେଇଥିଲା। ଦକ୍ଷିଣ ଆଫ୍ରିକା ଦଳ ଶୁରୁ ଭଲ ହେଲେ ମଧ୍ୟ ଦିପ୍ତୀ ଓ ଶେଫାଳିଙ୍କ ବୋଲିଂ ସାମ୍ନାରେ ଧରାଶାୟୀ ହୋଇଗଲା।
ଶେଫାଳି ବର୍ମାଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ ଘୋଷଣା କରାଯାଇଛି। ୨୫ ବର୍ଷ ପରେ ବିଶ୍ୱକପ ମଞ୍ଚରେ ଏକ ନୂଆ ଦଳ ବିଶ୍ୱବିଜୟୀ ହୋଇ ଇତିହାସ ରଚିଛି ଟିମ ଇଣ୍ଡିଆ।

