Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଇଣ୍ଟରନାଲ ମୂଲ୍ୟାୟନ, ପ୍ରୋଜେକ୍ଟ କାର୍ଯ୍ୟ ବାଧ୍ୟତାମୂଳକ

Posted on November 14, 2025

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି। ଚଳିତ ଶିକ୍ଷା ବର୍ଷ ପାଇଁ ଇଣ୍ଟରନାଲ ମୂଲ୍ୟାୟନ ପରୀକ୍ଷା ଆସନ୍ତା ଡିସେମ୍ବର ୨୨ରୁ ଡିସେମ୍ବର ୩୧ ମଧ୍ୟରେ ଅନୁଷ୍ଠିତ ହେବ।

କୌଣସି ଛାତ୍ରଛାତ୍ରୀଙ୍କୁ ଇଣ୍ଟରନାଲ ମୂଲ୍ୟାୟନ କିମ୍ବା ପ୍ରୋଜେକ୍ଟ ଦାଖଲରୁ ବାଦ୍ ଦିଆଯିବ ନାହିଁ। ନିରନ୍ତର ଶିକ୍ଷଣ, ବିଷୟ ବସ୍ତୁର ବୁଝାମଣା ଏବଂ ପ୍ରୋଜେକ୍ଟ ଆଧାରିତ ପ୍ରୟୋଗକୁ ମୂଲ୍ୟାୟନ କରିବା ଏହାର ମୁଖ୍ୟ ଲକ୍ଷ୍ୟ।

ଯେଉଁ ଛାତ୍ରଛାତ୍ରୀମାନେ ବୈଧ କାରଣରୁ ମୂଲ୍ୟାୟନରେ ଅଂଶଗ୍ରହଣ କରିପାରିବେ ନାହିଁ, ସେମାନଙ୍କୁ ଦ୍ୱିତୀୟ ସୁଯୋଗ ଦିଆଯିବ। ସେମାନେ ଆସନ୍ତା ବର୍ଷ ଜାନୁଆରୀ ୧୦ରୁ ଜାନୁଆରୀ ୧୫ ମଧ୍ୟରେ ପରୀକ୍ଷା ଦେଇପାରିବେ, କିନ୍ତୁ ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।

ସମସ୍ତ କଲେଜ୍‌ଗୁଡ଼ିକୁ ଏହି ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme