Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆହୁରି ବଢିବ ଜାଡ଼, ଥରିବ ପୂରା ଓଡ଼ିଶା

Posted on December 24, 2025

 ୨୫ ତାରିଖରୁ ରାଜ୍ୟରେ ଶୀତ ଆହୁରି ବଢ଼ିବ । ରାଜ୍ୟର ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହିବ । ଏହା ପ୍ରଭାବରେ ଥରିବ ପୂରା ଓଡ଼ିଶା । ଏଭଳି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ରାଜ୍ୟରେ ପଶ୍ଚିମା ଝଡ଼ ପ୍ରଭାବ ଥିଲା । ଏବେ ଏହା ଅପସାରଣ ହୋଇସାରିଛି । ପଶ୍ଚିମା ଝଡ଼ ଥିବାରୁ ରାଜ୍ୟକୁ ପୂର୍ବ ଦିଗରୁ ପବନ ଆସୁଥିଲା । ଏହା ପ୍ରଭାବରେ ଶୀତ ଅପେକ୍ଷାକୃତ କମ୍ ଥିଲା ।

ଏବେ ଉତ୍ତର-ପଶ୍ଚିମ ଦିଗରୁ ଆସିବାକୁ ଥିବା ଥଣ୍ଡା ପବନ ଯୋଗୁ ରାଜ୍ୟରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ସେପଟେ ଆସନ୍ତା ୨୭ ତାରିଖ ଯାଏ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିକ୍ଷିପ୍ତ ସ୍ଥାନରେ ଘନ କୁହୁଡ଼ି ଦେଖା ଦେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର କୋରାପୁଟରେ ୬ ଡିଗ୍ରୀ, ନବରଙ୍ଗପୁର ଓ ଫୁଲବାଣୀରେ ୮ଡିଗ୍ରୀ, ରାୟଗଡ଼ା, ଭବାନୀପାଟଣା ଓ ବଲାଙ୍ଗୀରରେ ୧୦, କେନ୍ଦୁଝର, ସୋନପୁର, ରାଉରକେଲା ଓ ସୁନ୍ଦରଗଡ଼ରେ ରାତି ତାପମାତ୍ରା ୧୧ ଡିଗ୍ରୀ ରହିପାରେ । ୨୮ ତାରିଖ ଯାଏ ଉପକୂଳ ଓଡ଼ିଶାର କିଛି ସ୍ଥାନକୁ ଛାଡ଼ି ରାଜ୍ୟର ବାକି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ ଦେଇଛି ।

ସୋମବାର କୋରାପୁଟରେ ରାତି ତାପମାତ୍ରା ସବୁଠୁ କମ୍ ୬.୩ ଡିଗ୍ରୀ ଥିଲା । ସିମିଳିଗୁଡ଼ାରେ ୬.୭, ଦାରିଙ୍ଗବାଡ଼ିରେ ୭, ଫୁଲବାଣୀରେ ୮.୫, ବୌଦ୍ଧରେ ୯.୫ ଓ ଅନୁଗୁଳରେ ୯.୬ ଡିଗ୍ରୀ ଥିଲା । କୋରାପୁଟରେ ପାରଦ ସ୍ୱାଭାବିକଠାରୁ ୬.୪ ଡିଗ୍ରୀ କମ୍ ରେକର୍ଡ ହୋଇଥିଲା । ଝାରସୁଗୁଡ଼ା ଓ ଭୁବନେଶ୍ୱରରେ ସ୍ୱାଭାବିକଠାରୁ ୨.୭ ଡିଗ୍ରୀ କମ୍ ରହିଥିଲା । ଗତ ୩ ଦିନରେ ରାଜଧାନୀରେ ପାରଦ ୩.୨ ଡିଗ୍ରୀ କମିଛି । ସୋମବାର ରାତିରେ ଏଠାରେ ପାରଦ ୧୧.୯ ଡିଗ୍ରୀ ଥିଲା । ମଙ୍ଗଳବାର ସକାଳୁ ରାଉରକେଲା, ଫୁଲବାଣୀ, ସୋନପୁର ଓ ଝାରସୁଗୁଡ଼ାରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନ ଦୂରତା ୫୦ ମିଟରରୁ କମ୍ ରହିଥିଲା । ଚାନ୍ଦବାଲି, ଭବାନୀପାଟଣା ଓ କୋରାପୁଟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ତଳକୁ ଖସି ଯାଇଥିଲା ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

June 2026
M T W T F S S
1234567
891011121314
15161718192021
22232425262728
2930  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme