Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆହୁରି ଦୁଇ ସପ୍ତାହ କଲବଲ କରିବ ଜାଡ଼: ୧୦ ଡିଗ୍ରୀ ତଳେ ୧୨ ସହରର ପାରଦ

Posted on December 15, 2025

ତାପମାତ୍ରା ସାମାନ୍ୟ ତଳ ଉପର ହୋଇପାରେ । ମାତ୍ର ଆସନ୍ତା ଦୁଇ ସପ୍ତାହ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା କମ୍ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ଅର୍ଥାତ୍ ଆସନ୍ତା ଦୁଇ ସପ୍ତାହ ଯାଏ ଶୀତ ପ୍ରକୋପରୁ ନିସ୍ତାର ଆଶା କମ୍ ।

ସେହିପରି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି କହିଛନ୍ତି, ଚଳିତବର୍ଷ ଶୀତ ପ୍ରକୋପ ବେଶ୍ ଲମ୍ବା ରହିଛି । ଫେବ୍ରୁଆରୀ ୧୫ ପୂର୍ବରୁ ଶୀତ ବିଦାୟ ନେବାର ସମ୍ଭାବନା କମ୍ । ଡିସେମ୍ବର ଭଳି ଜାନୁଆରୀରେ ବି ଜାରି ରହିବ ଥଣ୍ଡା ପ୍ରକୋପ ।

ରାଜ୍ୟରେ ଗତ ୯/୧୦ ଦିନ ହେବ ଶୀତ ପ୍ରକୋପ ଲାଗି ରହିଛି । ଏଭଳି ଲଗାତାର ଶୀତ ପ୍ରକୋପ ବିଗତ ବର୍ଷମାନଙ୍କରେ କେବେ ଅନୁଭୂତ ହୋଇନଥିଲା । ଯଦିଓ ଆଜି ତାପମାତ୍ରା ସାମାନ୍ୟ ବଢ଼ିଛି, ତଥାପି ଶୀତରୁ ବଡ଼ ଆଶ୍ୱସ୍ତି ମିଳିନି । ଜି.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୪.୨ ଡିଗ୍ରୀ ସେଲସିୟସ୍, ଫୁଲବାଣୀ ୬, ଦାରିଙ୍ଗିବାଡ଼ି ୬, ସେମିଳିଗୁଡ଼ା ୬.୧, କୋରାପୁଟ ୭, ରାଉରକେଲା ୮.୨, ଚିପିଲିକା ୮.୬, ଝାରସୁଗୁଡ଼ା ୮.୯, କିରେଇ ୯.୮, ବୌଦ୍ଧ ୯.୮, ଭବାନୀପାଟଣା ୯, ଅନୁଗୁଳ ୯.୬, ନବରଙ୍ଗପୁର ୧୦, କେନ୍ଦୁଝର ୧୦.୬, ବଲାଙ୍ଗୀର ୧୦.୮, ରାୟଗଡ଼ା ୧୧, ସୋନପୁର ୧୧, ଢେଙ୍କାନାଳ ୧୧.୩, ସୁନ୍ଦରଗଡ଼ ୧୦.୬, ସମ୍ବଲପୁର ୧୧.୮ ଓ ନୂଆପଡ଼ା ୧୨ ଡିଗ୍ରୀ ଥିଲା । ଉପକୂଳ ଓଡ଼ିଶାର ଭୁବନେଶ୍ୱର ୧୩.୨ ଓ କଟକ ୧୩, ଜଗତସିଂହପୁର ୧୨.୬, କେନ୍ଦ୍ରାପଡ଼ା ୧୨.୬ ଡିଗ୍ରୀ ଥିଲା ।

ପାଣିପାଗ ବିଭାଗ ପକ୍ଷରୁ କୌଣସି ଶୀତ ଲହରୀ ସୂଚନା ଜାରି କରାଯାଇନି । ମାତ୍ର ଆସନ୍ତା ୬ ଦିନ ଭିତରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା କୁହାଯାଇଛି । ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟକୁ କୁହୁଡ଼ି ଆଚ୍ଛାଦିତ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ପ୍ରଫେସର ପଶୁପାଳକ କହିଛନ୍ତି, ଆସନ୍ତା ଦୁଇ ସପ୍ତାହ ଶୀତ ପ୍ରଭାବରେ ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ସମ୍ଭବତଃ ସ୍ଥାନେ ସ୍ଥାନେ ତାପମାତ୍ରାରେ ୧ରୁ ୨ ଡିଗ୍ରୀ ବୃଦ୍ଧି ହୋଇପାରେ ।

ମାତ୍ର ଦିନେ ଦୁଇଦିନ ପରେ ପୁଣି ଏହା ଖସିବ । ବର୍ତ୍ତମାନ ଉତ୍ତର ପଶ୍ଚିମ ଓଡ଼ିଶା ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା କମ୍ । ଉପକୂଳ ଓଡ଼ିଶାରେ ଆସନ୍ତା ୧୭ ଓ ୧୮ରେ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଦକ୍ଷିଣ ଓଡ଼ିଶାରେ ୨୨/୨୩ ତାରିଖବେଳକୁ ସାମାନ୍ୟ ପରିବର୍ତ୍ତନ ଘଟିପାରେ । ମାତ୍ର ବଡ଼ ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ । ଜାରି ରହିବ ଶୀତ ପ୍ରକୋପ । ସେମବାର ଠାରୁ ଦିନ ତାପମାତ୍ରା ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

ଡକ୍ଟର ସାହୁ କହିଛନ୍ତି, ୧୯/୨୦ ତାରିଖବେଳକୁ ଶୀତ ସାମାନ୍ୟ କମିପାରେ । ହେଲେ ୨-୩ ଦିନ ପରେ ପୁଣି ଶୀତ ବଢ଼ିବା ସମ୍ଭାବନା ଅଛି । ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ଶୀତ ପ୍ରକୋପରେ ବଡ଼ ପରିବର୍ତ୍ତନ ସମ୍ଭାବନା କମ୍ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme