Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆସିବ ନୂଆ ବିଦ୍ୟୁତ୍ ନୀତି-୨୦୨୬, ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଶକ୍ତିଶାଳୀ ହେବ ଭାରତ

Posted on January 26, 2026

୨୦୨୫ରେ ଜାରି ହୋଇଥିବା ବିଦ୍ୟୁତ୍ ନୀତିକୁ ବଦଳାଇ ଦୁଇ ଦଶନ୍ଧି ପରେ ଏବେ ଭାରତ ସରକାର ନୂତନ ବିଦ୍ୟୁତ୍ ନୀତି-୨୦୨୬ ଆଣିବାକୁ ଯାଉଛନ୍ତି । ଏଥିପାଇଁ ଚିଠା ପ୍ରସ୍ତାବ ପ୍ରସ୍ତୁତ ହୋଇସାରିଛି । ଉନ୍ନତ ଆଣବିକ ପ୍ରଯୁକ୍ତିବିଦ୍ୟା, କ୍ଷୁଦ୍ର ମଡ୍ୟୁଲାର୍ ରିଆକ୍ଟର ଓ ଅନ୍ୟାନ୍ୟ କ୍ଷୁଦ୍ର କ୍ଷମତା ସମ୍ପନ୍ନ ରିଆକ୍ଟର ବ୍ୟବହାର କରାଯିବା ସହ ଆଣବିକ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଘରୋଇ କ୍ଷେତ୍ରର ପ୍ରବେଶ ପାଇଁ ଏହି ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି । ଭାରତକୁ ଆଣବିକ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଏକ ସମର୍ଥ ରାଷ୍ଟ୍ର ଭାବେ ପରିଗଣିତ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି । ଧୀରେ ଧୀରେ ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହ କୋଇଲାଭିତ୍ତିକ ତାପଜ ଶକ୍ତ ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବା ସହ କୋଇଲାଭିତ୍ତିକ ତାପଜ ଶକ୍ତି ଉତ୍ପାଦନ ହ୍ରାସ କରାଯିବା ସର୍ବାଧିକ ଭାଗ ହେଉଛି କୋଇଲାଭିତ୍ତିକ ତାପଜ ଶକ୍ତି ପ୍ରକଳ୍ପରୁ ଉତ୍ପାଦିତ ହେଉଥିବା ବିଦ୍ୟୁତ୍ ଶକ୍ତି । 

ତେବେ କୋଇଲା ଏକ ନବୀକରଣକ୍ଷମ ବିଦ୍ୟୁତ୍ ଉତ୍ସ ହୋଇନଥିବା ବେଳେ ଏହାର ମାତ୍ରାଧିକ ବ୍ୟବହାର ପରିବେଶ ଉପରେ ଗଭୀର ପ୍ରତିକୂଳ ପ୍ରଭାବ ପକାଉଛି । ତେଣୁ ନୂଆ ବିଦ୍ୟୁତ୍ ନୀତିରେ ଆଣବିକ ପ୍ରକଳ୍ପ ଉପରେ ଅଧିକ ମନୋନିବେଶ କରିବା ଭାରତ । ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି ଯେ, ୨୦୪୭ ସୁଦ୍ଧା ଭାରତର ଆଣବିକ ଶକ୍ତି ଉତ୍ପାଦନ କ୍ଷମତା ବାର୍ଷିକ ୧୦ ଗୁଣରୁ ଅଧିକ ବୃଦ୍ଧି ପାଇ ୧୦୦ ଗିଗାୱାଟ୍ ହେବ । ସମ୍ପ୍ରତି ଏହା ମାତ୍ର ୮.୮ ଗିଗାୱାଟ୍ ରହିଛି । ଶକ୍ତି କ୍ଷେତ୍ରରେ ଆର୍ଥିକ ସଂସ୍କାର ପାଇଁ ପଥ ଉନ୍ମୁକ୍ତ କରାଯିବା ସହ ଘରୋଇ କ୍ଷେତ୍ରର ସହଭାଗିତା ଉପରେ ଗୁରୁତ୍ୱ ଦିଆଯିବ । ଭାରତରେ ବିଦ୍ୟୁତ୍ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ୨୦୪୭ ସୁଦ୍ଧା ମୁଣ୍ଡପିଛା ବିଦ୍ୟୁତ୍ ଉତ୍ପାଦନ ଦୁଇ ଗୁଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ୍ ଉତ୍ପାଦନ ପ୍ରକ୍ରିୟାରେ ପ୍ରଦୂଷଣ ହ୍ରାସକୁ ଗୁରୁତ୍ୱ ଦିଆଯାଇଛି । ୨୦୩୦ ସୁଦ୍ଧା ପ୍ରଦୂଷଣ ୪୫ ପ୍ରତିଶତ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିଦ୍ୟୁତ୍ ଶୁଳ୍କ ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବାକୁ ଚିଠା ପ୍ରସ୍ତାବରେ ଉଲ୍ଲେଖ ରହିଛି । 

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme