Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆସନ୍ତାକାଲି ଓଡିଶା ବନ୍ଦ

Posted on January 27, 2026

୨୮ ଜାନୁଆରୀ ୨୦୨୬ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ମୁଖ୍ୟତଃ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ କରାଯାଉଛି ଏବଂ ଏହାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସମର୍ଥନ ଜଣାଇଛି। ବନ୍ଦର ସମୟ ସକାଳ ୬ଟା ରୁ ସନ୍ଧ୍ୟା ୬ଟା  ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। 
ବନ୍ଦର ପ୍ରମୁଖ କାରଣ ଚାଷୀ ସମସ୍ୟା  ରହିଛି।  ଧାନ କ୍ରୟରେ ଅନିୟମିତତା ବିରୋଧରେ ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ଦେବା ଦାବିରେ । ଦ୍ୱିତୀୟ କାରଣ ବିଦ୍ୟୁତ୍ ଶୁଳ୍କ, ରାଜ୍ୟରେ ସ୍ମାର୍ଟ ମିଟର ଲଗାଯିବା ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏବଂ ପରିବହନ ଜରିମାନା, ପ୍ରଦୂଷଣ ପ୍ରମାଣପତ୍ର  ନଥିବା ଗାଡ଼ି ଉପରେ ମୋଟା ଅଙ୍କର ଜରିମାନା ଆଦାୟକୁ ବିରୋଧ କରି । 

ବନ୍ଦ ଡାକରା ପାଇଁ ବସ୍, ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ବିଭିନ୍ନ ସ୍ଥାନରେ ରାସ୍ତା ରୋକ ହେବାର ସମ୍ଭାବନା ଅଛି । ଦୋକାନ ବଜାର, ସହରର ମୁଖ୍ୟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିପାରେ । ଶିକ୍ଷାନୁଷ୍ଠାନ, କେତେକ ଘରୋଇ ସ୍କୁଲ ଓ କଲେଜ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରିପାରନ୍ତି। ତେବେ ସରକାରୀ ସ୍ତରରେ କୌଣସି ଛୁଟି ଘୋଷଣା ହୋଇନାହିଁ । ଜରୁରୀକାଳୀନ ସେବା ଆମ୍ବୁଲାନ୍ସ, କ୍ଷୀର ଗାଡ଼ି ଏବଂ ଡାକ୍ତରଖାନା ଭଳି ଜରୁରୀକାଳୀନ ସେବା ଏହି ବନ୍ଦରୁ ମୁକ୍ତ ରହିବ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme