
ବହୁଦିନରୁ ସ୍ଥଗିତ ସୁଭଦ୍ରା ପୋର୍ଟାଲ ଆଜିଠାରୁ ପୁଣି ଖୋଲିବାକୁ ଯାଉଛି। ଗତଥର ବୟସ କମ୍ ଥିବା କାରଣରୁ ଯେଉଁମାନେ ଯୋଜନାରେ ସାମିଲ ହୋଇପାରି ନଥିଲେ , ସେମାନେ ଆସନ୍ତାକାଲିଠାରୁ ଆବେଦନ କରିପାରିବେ। ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୨୧ ବର୍ଷ ବୟସ ହୋଇଥିବା ମହିଳାମାନେ ସରକାରଙ୍କ ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ନୂଆ ଆବେଦନକାରୀମାନେ ଯୋଗ୍ୟ ହେଲେ ଆସନ୍ତା ମାର୍ଚ୍ଚ ୮ରେ ସୁଭଦ୍ରା କିସ୍ତି ପାଇବେ। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ, ମହିଳାଙ୍କ ବୟସ ୨୧ ରୁ ୬୦ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
ସରକାର ଘୋଷଣା କରିଛି, ପୂର୍ବରୁ ୧୮ ହଜାର ଟଙ୍କା ବୃତ୍ତି ପାଇଥିବା ଛାତ୍ରୀମାନେ ‘ସୁଭଦ୍ରା’ ପାଇଁ ଅଯୋଗ୍ୟ ହେବେ। କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କଠାରୁ ୧୮ ହଜାର ରୁ ଅଧିକ ଟଙ୍କାର ସହାୟତା ମିଳିଥିଲେ, ସେମାନେ ଯୋଜନାରୁ ବାଦ ପଡ଼ିବେ।
