Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆମେରିକାରୁ ମୁହଁ ଫେରାଉଛନ୍ତି ଭାରତୀୟ ଛାତ୍ର

Posted on November 17, 2025

ଆମେରିକାରୁ ମୁହଁ ଫେରାଉଛନ୍ତି ଭାରତୀୟ ଛାତ୍ର। ବିଶ୍ଵବିଦ୍ୟାଳୟ ଗୁଡ଼ିକରେ କମିଲା ଭାରତୀୟ ଛାତ୍ରଙ୍କ ସଂଖ୍ୟା। ବିଶ୍ୱସନୀୟତା ହରାଉଛି ବିଶ୍ୱର ସର୍ବବୃହତ ଶିକ୍ଷା ଅର୍ଥନୀତି। ଭିସା ପ୍ରକ୍ରିୟାର ବର୍ଦ୍ଧିତ ଜଟିଳତା, କଠୋର ସୁରକ୍ଷା ଯାଞ୍ଚ ଏବଂ H-1B ୱାର୍କ ପରମିଟ୍ ସମ୍ପର୍କରେ ଅନିଶ୍ଚିତତା ଯୋଗୁଁ ବହୁ ସଂଖ୍ୟକ ଭାରତୀୟ ଛାତ୍ର ଏବେ ଆମେରିକା ଛାଡ଼ି କାନାଡା, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ୟୁରୋପକୁ ଯାଉଛନ୍ତି। ଯାହାକି ଆମେରିକୀୟ କ୍ୟାମ୍ପସର ଆର୍ଥିକ ମୂଳଦୁଆକୁ ଦୋହଲାଇ ଦେଇଛି।
ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟରନ୍ୟାସନାଲ୍ ଏଜୁକେସନ୍ (IIE)ର ପ୍ରାରମ୍ଭିକ ଓପନ୍ ଡୋର୍ସ ରିପୋର୍ଟ ୨୦୨୫ ଏବଂ ଆମେରିକୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ଆଭ୍ୟନ୍ତରୀଣ ସର୍ଭେ ଅନୁଯାୟୀ, ୨୦୨୪-୨୫ ସେସନ୍ ସୁଦ୍ଧା ଆମେରିକାରେ ଭାରତୀୟ ଛାତ୍ରଙ୍କ ନାମଲେଖା ପ୍ରାୟ ୭୦ ପ୍ରତିଶତ ହ୍ରାସ ପାଇଛି। ଗତ ବର୍ଷ ଏହି ସମୟରେ ପ୍ରାୟ ୩ ଲକ୍ଷ ୭୫ ହଜାର ୮୦୦ ଭାରତୀୟ ଛାତ୍ର ପଢୁଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ହ୍ରାସ ପାଇ ୧ ଲକ୍ଷ ୧୨ ହଜାରରେ ପହଞ୍ଚିଛି। ଯାହାକି ଦୀର୍ଘ ୧୫ ଭିତରେ ସବୁଠାରୁ ବଡ଼ ହ୍ରାସ ବୋଲି କୁହାଯାଉଛି।
IIE ଅନୁଯାୟୀ, ଭିସା ସ୍ଲଟର ଅଭାବ, ଇଣ୍ଟର୍ଭ୍ୟୁ ପାଇଁ ଦୀର୍ଘ ସମୟ ଅପେକ୍ଷା କରିବା ଏବଂ କାଗଜପତ୍ର ଯାଞ୍ଚ ବେଳେ ଛୋଟ ଛୋଟ ତ୍ରୁଟି ପାଇଁ ତୁରନ୍ତ ପ୍ରତ୍ୟାଖ୍ୟାନ କରାଯାଉଛି। ଯାହାକି ଭାରତୀୟ ଛାତ୍ରଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ସୁରକ୍ଷା ଯାଞ୍ଚ ଏତେ କଠୋର ହୋଇଯାଇଛି ଯେ ଅନେକ ଛାତ୍ରଙ୍କୁ ଦୁଇଥର ଇଣ୍ଟର୍ଭ୍ୟୁ ଦେବାକୁ ପଡୁଛି। H-1B ୱାର୍କ ପରମିଟ୍ ପାଇଁ ଲଟେରୀ ବ୍ୟବସ୍ଥା ମଧ୍ୟ ବିଶ୍ଵାସ ହରାଇଛି। MIT ଏବଂ କାର୍ନେଗି ମେଲନ୍ ଭଳି ପ୍ରତିଷ୍ଠାନଗୁଡ଼ିରେ ଭାରତୀୟ ଛାତ୍ରଙ୍କ ଉପସ୍ଥାନ ୬୦-୭୦% ହ୍ରାସ ପାଇଛି। ଷ୍ଟୁଡେଣ୍ଟ ଭିସା ମନିଟରିଂ ନେଟୱାର୍କ ଅନୁଯାୟୀ, ଆମେରିକା ଆଉ ଭାରତୀୟ ଛାତ୍ରଙ୍କ ପାଇଁ ପ୍ରଥମ ପସନ୍ଦ ହୋଇ ନାହିଁ। କାନାଡାରେ ଭାରତୀୟ ଛାତ୍ରଙ୍କ ଆବେଦନ ୩୮%, ୟୁକେକୁ ୨୪%, ଅଷ୍ଟ୍ରେଲିଆକୁ ୧୯% ଏବଂ ୟୁରୋପୀୟ ସଂଘକୁ ୧୭% ବୃଦ୍ଧି ପାଇଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme