Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି; ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

Posted on December 3, 2025

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ଭୋଗ ପରେ ଏହି ନୀତି କରାଯିବ। ଏହି ସମୟରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଦେଇଛି।

ପ୍ରତିମାସରେ ହାରାହାରି ଦୁଇଥର ହେଉଥିବା ଏହି ପବିତ୍ର ନୀତି ଦତ୍ତମହାପାତ୍ର ସେବାୟତମାନଙ୍କ ଦ୍ୱାରା କରାଯାଏ। ଦି’ପ୍ରହର ଧୂପ ପରେ ମନ୍ଦିର ଦ୍ୱାର ବନ୍ଦ କରି, ରତ୍ନସିଂହାସନ ଉପରେ ଯାଇ ଶ୍ରୀବିଗ୍ରହମାନଙ୍କ ମୁଖଶ୍ରୀର ପ୍ରସାଧନ କରାଯାଏ। ଏହାକୁ ମନ୍ଦିରରେ ବନକଲାଗି ବୋଲି କୁହାଯାଏ।

ବନକଲାଗି ପାଇଁ ଶଙ୍ଖ, ହରିତାଳ, ହିଙ୍ଗୁଳ ଭଳି ପ୍ରାକୃତିକ ଦ୍ରବ୍ୟରୁ ବିଶେଷ ରଙ୍ଗ ପ୍ରସ୍ତୁତ ହୁଏ। କସ୍ତୁରୀ ଓ କେଶର ମିଶିଥିବାରୁ ଏହି ରଙ୍ଗ ଅତ୍ୟଧିକ ଉଜ୍ଜ୍ୱଳ ଓ ସୁବାସିତ ହୁଏ। ଏକଥର ବନକଲାଗି ପାଇଁ ୭ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହୁଏ ବୋଲି ଜଣାପଡ଼େ।

ଶ୍ରୀଜୀଉଙ୍କ ମୁଖମଣ୍ଡଳର ଏହି ବିଶେଷ ରଙ୍ଗବିନ୍ୟାସ ଦର୍ଶନାର୍ଥୀଙ୍କୁ ଆକର୍ଷିତ କରେ। କବି ସାଲବେଗ ମଧ୍ୟ ଲେଖିଥିଲେ— “ଝଲମଲ ଦିଶୁଥାଇ ମୁକୁତାର ଝଟକ” — ଯାହା ଆଜିও ଭକ୍ତମାନଙ୍କ ଭକ୍ତିଭାବକୁ ବଢ଼ାଇ ଦେଇଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme