Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି; ସନ୍ଧ୍ୟା ୫ରୁ ଦର୍ଶନ ବନ୍ଦ

Posted on December 3, 2025

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି ଅନୁଯାୟୀ ଦ୍ବିତୀୟ ଭୋଗମଣ୍ଡପ ଭୋଗ ପରେ ଏହି ନୀତି କରାଯିବ। ଏହି ସମୟରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ସୂଚନା ଦେଇଛି।

ପ୍ରତିମାସରେ ହାରାହାରି ଦୁଇଥର ହେଉଥିବା ଏହି ପବିତ୍ର ନୀତି ଦତ୍ତମହାପାତ୍ର ସେବାୟତମାନଙ୍କ ଦ୍ୱାରା କରାଯାଏ। ଦି’ପ୍ରହର ଧୂପ ପରେ ମନ୍ଦିର ଦ୍ୱାର ବନ୍ଦ କରି, ରତ୍ନସିଂହାସନ ଉପରେ ଯାଇ ଶ୍ରୀବିଗ୍ରହମାନଙ୍କ ମୁଖଶ୍ରୀର ପ୍ରସାଧନ କରାଯାଏ। ଏହାକୁ ମନ୍ଦିରରେ ବନକଲାଗି ବୋଲି କୁହାଯାଏ।

ବନକଲାଗି ପାଇଁ ଶଙ୍ଖ, ହରିତାଳ, ହିଙ୍ଗୁଳ ଭଳି ପ୍ରାକୃତିକ ଦ୍ରବ୍ୟରୁ ବିଶେଷ ରଙ୍ଗ ପ୍ରସ୍ତୁତ ହୁଏ। କସ୍ତୁରୀ ଓ କେଶର ମିଶିଥିବାରୁ ଏହି ରଙ୍ଗ ଅତ୍ୟଧିକ ଉଜ୍ଜ୍ୱଳ ଓ ସୁବାସିତ ହୁଏ। ଏକଥର ବନକଲାଗି ପାଇଁ ୭ ହଜାର ଟଙ୍କାରୁ ଅଧିକ ଖର୍ଚ୍ଚ ହୁଏ ବୋଲି ଜଣାପଡ଼େ।

ଶ୍ରୀଜୀଉଙ୍କ ମୁଖମଣ୍ଡଳର ଏହି ବିଶେଷ ରଙ୍ଗବିନ୍ୟାସ ଦର୍ଶନାର୍ଥୀଙ୍କୁ ଆକର୍ଷିତ କରେ। କବି ସାଲବେଗ ମଧ୍ୟ ଲେଖିଥିଲେ— “ଝଲମଲ ଦିଶୁଥାଇ ମୁକୁତାର ଝଟକ” — ଯାହା ଆଜିও ଭକ୍ତମାନଙ୍କ ଭକ୍ତିଭାବକୁ ବଢ଼ାଇ ଦେଇଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ଅଧ୍ୟାପକଙ୍କୁ ସରକାରଙ୍କ ଛାଟ, ତଡ଼ା ଖାଇବେ ସାର୍
  • ଚାକିରିଆଙ୍କୁ ଆଶ୍ବସ୍ତି, ଆଉ ବାରମ୍ବାର ମାଗିବାକୁ ପଡ଼ିବନି…
  • ଆଖି ବୁଜିଲା ବୋମା ଖାଇ ଗୁରୁତର ହୋଇଥିବା ହାତୀ
  • ଡାର୍କ ମୋଡ୍‌ରେ ଲାଲ୍ ଗ୍ରହ
  • ଭଣ୍ଡବାବାଙ୍କୁ ଖଣ୍ଡଗିରି ମନା

Recent Comments

No comments to show.

Calender

January 2026
M T W T F S S
 1234
567891011
12131415161718
19202122232425
262728293031  
« Dec    

Categories

  • Uncategorized (104)
  • ଅପରାଧ (196)
  • ଏକ୍ସକ୍ଲୁସିଭ୍ (27)
  • ଖେଳ (51)
  • ଦେଶ ବିଦେଶ (461)
  • ଭିଡିଓ (8)
  • ମନୋରଞ୍ଜନ (39)
  • ରାଜନୀତି (111)
  • ରାଜ୍ୟ (1,487)
  • ସ୍ପେଶାଲ୍ ରିପୋର୍ଟ (261)
©2026 JBR Samachar | Design: Newspaperly WordPress Theme