Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆକାଶଛୁଆଁ ସୁନା ଦର , ୧.୫ ଲକ୍ଷ ଟପିଲା ସୁନା ମୂଲ୍ୟ

Posted on January 21, 2026

ସୁନା ବଜାରରେ ନିଆଁ। ସୁନା ମୂଲ୍ୟରେ ଏବେ ସାରା ବିଶ୍ୱରେ ନିଆଁ ଲାଗିଛି। ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଦେଢ ଲକ୍ଷ ଟପିଲା ଦର। ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ରେଟ୍ ରହିଛି ୧ଲକ୍ଷ ୫୧ହଜାର ୪୭୫ ଟଙ୍କା। ୨୨ କ୍ୟାରେଟର ୧୦ ଗ୍ରାମ ପିଛା ଦର ରହିଛି ୧ଲକ୍ଷ ୩୭ହଜାର ୩୧୦ ଟଙ୍କା। ଦିନକୁ ଦିନ ଦର ହୁ ହୁ ହୋଇ ବଢିଚାଲିଥିବାବେଳେ ବିବାହ ସିଜନରେ ମଧ୍ୟବିତ୍ତ ପରିବାର ଉପରେ ପ୍ରହାର ହୋଇଛି। ଭୂରାଜନୈତିକ କାରଣ ସହ ଇଣ୍ଡଷ୍ଟ୍ରିଆଲ ଡିମାଣ୍ଡ ଯୋଗୁଁ ବଢୁଛି ସୁନା ଦର। ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ କମିବା ଫଳରେ ଆମ ଦେଶରେ ସୁନା ଦାମ ଅଧିକ ବଢ଼ୁଛି। ସେହିଭଳି ସେୟାର ବଜାରରେ ଅନିଶ୍ଚିତତା ଦେଖାଦେଲେ ଲୋକେ ସୁନାରେ ପଇସା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଯାହା ଫଳରେ ଦିନକୁ ଦିନ ବଢିବାରେ ଲାଗିଛି ମୂଲ୍ୟ । ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ଏହା ୧.୫ ଲକ୍ଷ ଟଙ୍କା ସୀମା ଅତିକ୍ରମ କରି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme