Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଇପିଏଲ୍: ଆବୁଧାବିରେ ହେବ ମିନି ଅକ୍ସନ

Posted on December 16, 2025

ଆଜି ଆଇପିଏଲ୍ ନିଲାମୀ । ୨୦୨୬ ଆଇପିଏଲ୍ ସିଜିନ୍ ପାଇଁ ଆବୁଧାବିରେ ଖେଳାଳି ନିଲାମୀ ବା ‘ମିନି ଅକ୍ସନ’ ଅନୁଷ୍ଠିତ ହେବ । ଭାରତୀୟ ସମୟ ଅପରାହ୍ନ ୨ଟା ୩୦ ମିନିଟରେ ଏହି ନିଲାମୀ ପ୍ରକ୍ରିୟା ଆରମ୍ଭ ହେବ । ଚଳିତ ନିଲାମୀ ପ୍ରକ୍ରିୟାରେ କୋଲକାତା ନାଇଟ୍ ରାଇଡର୍ସ ପାଖରେ ସର୍ବାଧିକ ୬୪ କୋଟି ୩୦ ଲକ୍ଷ ଟଙ୍କା ରହିଛି । ସେମାନେ ୧୩ ଜଣ ଖେଳାଳି କିଣିପାରିବେ ।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ସବୁଠାରୁ କମ୍ ମାତ୍ର ୨ କୋଟି ୭୫ କୋଟି ଲକ୍ଷ ଟଙ୍କା ରହିଛି । ଚେନ୍ନାଇ ନିକଟରେ ୪୩ କୋଟି ୪୦ ଲକ୍ଷ ଟଙ୍କା ଅଛି । ୧୦ଟି ଦଳ ପାଇଁ ମୋଟ ୭୭ଟି ସ୍ଥାନ ଖାଲି ଅଛି, କିନ୍ତୁ ନିଲାମୀ ତାଲିକାରେ ୩୫୯ ଜଣ ଖେଳାଳିଙ୍କ ନାମ ରହିଛି । ତେଣୁ ପ୍ରତିଯୋଗିତା ଜୋରଦାର ହେବ । ଚଳିତ ନିଲାମୀରେ ଦୁଇ ଭାରତୀୟ ଖେଳାଳି ଭେଙ୍କଟେଶ ଆୟର ଏବଂ ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ୨ କୋଟି ଟଙ୍କା ଲେଖାଏଁ ରହିଛି । ବିଦେଶୀ ଖେଳାଳିଙ୍କ ମଧ୍ୟରେ କ୍ୟାମେରନ୍ ଗ୍ରୀନ୍, ଡେଭିଡ୍ ମିଲର ଏବଂ ଷ୍ଟିଭ୍ ସ୍ମିଥଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଆଇପିଏଲ ନିଲାମୀରେ ୫ ଖେଳାଳିଙ୍କ ଉପରେ ହେବ ଟଙ୍କା ବର୍ଷା ଅଷ୍ଟ୍ରେଲିଆନ ଅଲରାଉଣ୍ଡର କ୍ୟାମେରନ୍ ଗ୍ରୀନଙ୍କ ଉପରେ ସବୁଠାରୁ ଅଧିକ ଟଙ୍କା ଲାଗିପାରେ । ତାଙ୍କର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି। ସେହିପରି ଭାରତୀୟ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଭାରତୀୟ ସ୍ପିନର ରବି ବିଷ୍ଣୋଇଙ୍କ ବେସ ପ୍ରାଇସ ମଧ୍ୟ ୨ କୋଟି ଟଙ୍କା ରହିଛି । ଜୁନିୟର ବୋଲର ଭାବେ ପରିଚିଚ ମଥିସା ପଥିରାନା ଚେନ୍ନାଇରୁ ରିଲିଜ ହୋଇଛନ୍ତି । ଦକ୍ଷିଣ ଆଫ୍ରିକା ଖେଳାଳି ଡେଭିଡ ମିଲର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଏବଂ ଷ୍ଟିଭ୍ ସ୍ମିଥ୍ ଙ୍କ ଉପରେ ମଧ୍ୟ ନଜର ରହିବ ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme