Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଆଇଆଇସିଙ୍କୁ ଠେଲାପେଲା, ଟାୟାର ଜାଳି ଥାନା ସମ୍ମୁଖରେ ବି‌କ୍ଷୋଭ

Posted on November 14, 2025

ଭୁଲ୍‌ ବୁଝାମଣା କାରଣରୁ ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଗ୍ରାମବାସୀ ମୟୂରଭଞ୍ଜଜିଲ୍ଲା ଘାଗରବେଡ଼ା ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଆଇଆଇସିଙ୍କୁ ଠେଲାପେଲା କରିଛନ୍ତି।

ଘଟଣାରୁ ପ୍ରକାଶ, ରରୁଆଁ ବ୍ଲକ୍‌ ଘାଗରବେଡ଼ା ଥାନା ଅଧୀନ ସଲଗୁଡ଼ା ଗ୍ରାମର ଘନଶ୍ୟାମ ପୂର୍ତ୍ତି ଗତ ୧ ତାରିଖ ଦିନ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଥିଲା। ତେବେ ଘନଶ୍ୟାମଙ୍କ ମୃତ୍ୟୁ ଆତ୍ମହତ୍ୟା ଜନିତ ନୁହେଁ; ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ। ଘାଗରବେଡ଼ା ଥାନା ଅଧିକାରୀ ବଳରାମ ମହାରଣା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଥିଲେ। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପୂର୍ବରୁ ଘଟଣାକୁ ଚାପିଦେବାକୁ ଉଦ୍ୟମ ହେଉଥିବା ଗ୍ରାମବାସୀଙ୍କ ମଧ୍ୟରେ ଧାରଣା ସୃଷ୍ଟି ହୋଇଥିଲା। ଆଜି ଗ୍ରାମର ଶତାଧିକ ପୁରୁଷ ଏବଂ ମହିଳା ଘାଗରବେଡ଼ା ଥାନା ସମ୍ମୁଖରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଥାନା ଘେରାଉ କରିଥିଲେ। ଖବର ପାଇ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ନବକୃଷ୍ଣ ନାଏକ, ରରୁଆଁ ଆଇଆଇସି ଅନାଦିଚରଣ ପଟାୟତଙ୍କ ସମେତ ପୁଲିସ ଟିମ୍‌ ପହଞ୍ଚି ବିକ୍ଷୋଭକାରୀ ଓ ବ୍ଲକ୍‌ ଅଧ୍ୟକ୍ଷ ଅଜିତ ତିରିୟାଙ୍କ ସହିତ ଆଲୋଚନା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

August 2026
M T W T F S S
 12
3456789
10111213141516
17181920212223
24252627282930
31  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme