
ଅସୁରକ୍ଷିତ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକ। ଗୋଟିଏ ଦିନରେ ୪ଜଣ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଛି ୪ଟି ମୋବାଇଲ। ଏନେଇ କୋଣାର୍କ ଥାନାରେ ଅଭିଯୋଗ । ତେବେ ଛତିଶଗଡ଼ର ଜଣେ ପର୍ଯ୍ୟଟକଙ୍କ ଠାରୁ ଚୋରି ହୋଇଥିବା ଆଇଫୋନ ଧରାପଡିଥିବା ବେଳେ ୩ ଜଣ ଅଣଓଡ଼ିଆ ନାବଳକ ଧରାପଡିଛନ୍ତି। କିନ୍ତୁ ଏଥିରେ ଲେଡି ମୁଖିଆ ଏବେ ଫେରାର ଥିବା ଜଣାପଡିଛି। ଥାନାରେ ଅଟକ ଥିବା ନାବାଳକଙ୍କୁ ପଚରାଉଚରା କରୁଛି କୋଣାର୍କ ପୁଲିସ । ଏମାନେ ପୁରୀରେ ରହୁଥିବାବେଳେ ଏଠାକୁ ଆସି ପର୍ଯ୍ୟଟକମାନଙ୍କୁ ଟାର୍ଗେଟ କରି ମୋବାଇଲ ଲୁଟ କରି କୌଶଳର ସହିତ ଖସିଯାଆନ୍ତି। ତେବେ ସୂର୍ଯ୍ୟମନ୍ଦିର ଭିତରେ ସୁରକ୍ଷା ଢିଲା ଥିବାରୁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ପର୍ଯ୍ୟଟକମାନେ ଅଭିଯୋଗ କରି ଆସୁଛନ୍ତି ।
