
ବିସ୍ତୀର୍ଣ୍ଣ ପରିବେଶ ଏବଂ ପ୍ରାକୃତିକ ଶୋଭାରେ ପରିପୂର୍ଣ୍ଣ ଗୁଣ୍ଡିଚାଘାଗି ଜଳପ୍ରପାତ ମା’ତାରିଣୀ ମନ୍ଦିରରୁ କେବଳ ୧୨ କି.ମି. ଦୂରରେ ଅବସ୍ଥିତ। ପ୍ରତିଦିନ ଅନେକ ପର୍ଯ୍ୟଟକ ଏଠାରେ ବଣଭୋଜି ଓ ପ୍ରାକୃତିକ ସୌନ୍ଦର୍ୟ ଉପଭୋଗ କରୁଥିବା ସତ୍ତ୍ୱେ ଏଠାରେ ବହୁ ବିପଦପୂର୍ଣ୍ଣ ସ୍ଥାନ ଥିବାରୁ ଅସାବଧାନତା ଯୋଗୁ ଘଟୁଥିବା ଦୁର୍ଘଟଣା ବଢିଛି।
ବର୍ତ୍ତମାନ ପର୍ଯ୍ୟଟକଙ୍କ ଦାୟିତ୍ୱହୀନତା, ପ୍ରଶାସନର ଅବହେଳା ଓ ସୁରକ୍ଷା ବ୍ୟବସ୍ଥାର ଅଭାବ ପାଇଁ ଗୁଣ୍ଡିଚାଘାଗି ଜଳପ୍ରପାତ ଏକ ସଙ୍କଟସ୍ଥଳୀରୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଛି। ଗତ ଏକ ମାସରେ ୨ ପର୍ଯ୍ୟଟକ ନିଖୋଜ ଓ ପରେ ମୃତଦେହ ମିଳିବା ଘଟଣା ଘଟିଛି।
ଏହି ଘଟଣା ପରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରଶ୍ନବାଚୀ ହୋଇଛି। ଯଦି ସମୟରେ ପ୍ରଶାସନ ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଅକାଳରେ ଅନେକ ଜୀବନ ହାରାଇବାର ସମ୍ଭାବନା ରହିଛି।
