Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଭିଷେକଙ୍କ ‘ଶର୍ମା’ଦାର ବ୍ୟାଟିଂ: ମାତ୍ର ୧୪ ବଲ୍‌ରେ ଅର୍ଦ୍ଧଶତକ, ଭାଙ୍ଗିଲେ ଇଶାନ ଓ ହାର୍ଦ୍ଦିକଙ୍କ ରେକର୍ଡ

Posted on January 26, 2026

ଟିମ୍ ଇଣ୍ଡିଆର ଯୁବ ଓପନର ଅଭିଷେକ ଶର୍ମା ବର୍ତ୍ତମାନ ନିଜ କ୍ୟାରିୟରର ଶ୍ରେଷ୍ଠ ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଜରିଆରେ କିୱି ବୋଲରଙ୍କୁ ନାକେଦମ କରିଦେଇଛନ୍ତି। ଗୌହାଟୀର ବରସାପାରା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଅଭିଷେକ ମାତ୍ର ୧୪ ବଲ୍‌ରେ ଏକ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରି କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛନ୍ତି।

ଅଭିଷେକଙ୍କ ଏହି ଅର୍ଦ୍ଧଶତକ ଟି-୨୦ ଅନ୍ତର୍ଜାତୀୟରେ ଭାରତ ପାଇଁ ଦ୍ୱିତୀୟ ଦ୍ରୁତତମ। ସେ ମାତ୍ର ୪୮ ଘଣ୍ଟା ମଧ୍ୟରେ ଇଶାନ କିଶାନଙ୍କ ୨୧ ବଲ୍‌ ଅର୍ଦ୍ଧଶତକର ରେକର୍ଡକୁ ଭାଙ୍ଗିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ (୧୬ ବଲ୍‌) ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ତେବେ ସେ ନିଜ ପରାମର୍ଶଦାତା ଯୁବରାଜ ସିଂହଙ୍କ ୧୨ ବଲ୍‌ର ବିଶ୍ୱ ରେକର୍ଡରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଏହାସହ ଟି-୨୦ ଅନ୍ତର୍ଜାତୀୟରେ ତୃତୀୟ ଥର ପାଇଁ ପାୱାରପ୍ଲେ ମଧ୍ୟରେ ଅର୍ଦ୍ଧଶତକ ହାସଲ କରି ସେ ଏକ ସ୍ୱତନ୍ତ୍ର ଲିଷ୍ଟରେ ଶୀର୍ଷରେ ପହଞ୍ଚିଛନ୍ତି।

ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ମାତ୍ର ୧୫୩ ରନ ସଂଗ୍ରହ କରିଥିଲା। ଜବାବରେ ଅଭିଷେକ ମାତ୍ର ୨୦ ବଲ୍‌ରେ ୭ଟି ଚୌକା ଓ ୫ଟି ଛକା ସହାୟତାରେ ୬୮ ରନର ଏକ ଅପରାଜିତ ଇନିଂସ ଖେଳିଥିଲେ। ତାଙ୍କୁ ସାଥ୍ ଦେଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୫୬ ରନର ଧୂଆଁଧାର ପାଳି ଖେଳିଥିଲେ। ଫଳରେ ଭାରତ ମାତ୍ର ୬୦ ବଲ୍ (୧୦ ଓଭର) ମଧ୍ୟରେ ଏହି ବିଜୟ ଲକ୍ଷ୍ୟକୁ ହାସଲ କରି ସିରିଜ୍‌ରେ ନିଜର ଦବଦବା ଜାରି ରଖିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme