Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନ୍‌ଲାଇନ ବେଟିଂ ଆପ୍‌ ମାମଲା,୭.୯୩ କୋଟିର ସମ୍ପତ୍ତି ଜବତ କଲା ଇଡି

Posted on December 20, 2025

ଅନଲାଇନ ବେଟିଂ ଆପ୍ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଏହି ବେଟିଂ ଆପ ପ୍ରଚାରପ୍ରସାର କରିଥିବା ଅନେକ ଫିଲ୍ମ କଳାକାର ଓ କ୍ରିକେଟ ଖେଳାଳିଙ୍କ ୭.୯୩ କୋଟିର ସମ୍ପତ୍ତିକୁ ଇଡି ଜବତ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଉର୍ବଶୀ ରୌତେଲା, ସୋନୁ ସୁଦ, ଅଙ୍କୁଶ ହଜରା, ନେହା ଶର୍ମା, ଯୁବରାଜ ସିଂହ, ରବିନ ଉତ୍ଥପା, ମିମି ଚକ୍ରବର୍ତ୍ତୀଙ୍କ ଭଳି ପ୍ରମୁଖ ସେଲିବ୍ରିଟି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି କାର୍ଯ୍ୟାନୁଷ୍ଠାନ ପରେ କ୍ରୀଡ଼ା, ସିନେମା ଏବଂ ରାଜନୀତି ଜଗତର ଅନେକ ଜଣାଶୁଣା ନାମ ଯାଞ୍ଚ ପରିସରକୁ ଆସିଛି ।

ତେବେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ସେଲିବ୍ରିଟିମାନେ ଅନ୍ଲାଇନ ବେଟିଂ ଆପ୍ ୧ଏକ୍ସବ୍ୟାଟ ଓ ୧ ଏକ୍ସବ୍ୟାଟ ସ୍ପୋର୍ଟିଂ ଲାଇନ୍ସର ପ୍ରଚାର ପ୍ରସାର କରିବା ସହ ଭାରତରେ ଅନ୍ଲାଇନ ଜୁଆଖେଳକୁ ପ୍ରୋତ୍ସାହିତ କରୁଥିଲେ । ସୋସିଆଲ ମିଡିଆ ପ୍ଲାଟଫର୍ମ, ଅନ୍ଲାଇନ ଭିଡିଓ ଏବଂ ଛାପା ବିଜ୍ଞାପନ ମାଧ୍ୟମରେ ସେମାନେ ଏହାର ପ୍ରଚାରପ୍ରସାର କରୁଥିଲେ । ଭାରତରେ ଏହି ଆପ୍ କାର୍ଯ୍ୟ କରିବା ଲାଗି ଅନୁମତି ନଥିଲା । ଏଥିପାଇଁ ସେମାନେ ମୋଟା ଅଙ୍କର ଅର୍ଥ ନେଇଥିଲେ । କିନ୍ତୁ ପରେ ଏହି ଆପ୍ ବ୍ୟାପକ ଠକେଇ କରିବା ଜଣାପଡିବା ପରେ ବିଭିନ୍ନ ରାଜ୍ୟରେ ଏହା ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ପ୍ରକାଶ ଥାଉକି, ପୂର୍ବରୁ ମଧ୍ୟ ଇଡି କ୍ରିକେଟର ଶିଖର ଧାୱନଙ୍କ ସହିତ ଜଡିତ ୪.୫୫ କୋଟି ଏବଂ ପୂର୍ବତନ ଭାରତୀୟ ବ୍ୟାଟର ସୁରେଶ ରାଇନାଙ୍କ ସହିତ ଜଡିତ ୬.୬୪ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଥିଲା ।ଇଡି ୧ଏକ୍ସବ୍ୟାଟ ମାମଲାରେ ଏପର୍ଯ୍ୟନ୍ତ ମୋଟ ୧୯.୦୭ କୋଟି ଟଙ୍କାର ସଂପତ୍ତି ଆଟାଚ୍ କରିଛି।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme