Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅନେକ ରୋଗ ଦୂର କରିପାରେ ସବୁଜ ଚାହା…

Posted on October 6, 2025

ନିୟମିତ ଗ୍ରିନ୍‌ ଟି ପିଇବା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପଯୋଗୀ। ଶୀତଦିନେ ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଏବଂ ଆଲ୍‌କାଲଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀର ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଗ୍ରିନ୍‌ ଟିରେ ଭରପୂର ମାତ୍ରାରେ ଭିଟାମିନ୍‌ ଏ, ଭିଟାମିନ ଡି, ଭିଟାମିନ୍‌ ବି, ଭିଟାମିନ୍‌ ସି ରହିଥାଏ। ଏଥିସହ ମାଙ୍ଗାନିଜ୍‌, ଜିଙ୍କ୍‌ ଆଦି ଖଣିଜ ତତ୍ତ୍ୱ ଭରପୂର ପରିମାଣରେ ରହିଥାଏ। ଗୋଟିଏ କପ୍‌ ଗ୍ରିନ୍‌ ଟି ରେ ୯୯.୫ ପ୍ରତିଶତ ପାଣି ରହିଥାଏ ଯାହା ସ୍ୱାସ୍ଥ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଦ୍ୱାରା ମୁହଁର ତ୍ୱଚା କୁଞ୍ଚିତ ହେବା, ଫାଟିବା ଓ ଶୁଷ୍କ ହେବା ଭଳି ସମସ୍ୟାରୁ ରକ୍ଷା କରିଥାଏ। ଏବେ ଜାଣନ୍ତୁ ଗ୍ରିନ୍‌ ଟି ଆଉ କିଛି ଉପକାରିତା।

ଓଜନ ହ୍ରାସ କରିବାର ସବୁଠାରୁ ଉତ୍ତମ ଏବଂ ସହଜ ଉପାୟ ହେଉଛି ଗ୍ରିନ୍‌ ଟି। ଏହା ଶରୀରରେ ବୃଦ୍ଧି କରାଉଥିବା ଅଦରକାରୀ ଚର୍ବି ଅଂଶକୁ କମାଇବାରେ ସାହାଯ୍ୟ କରିଥାଏ। ନିୟମିତ ସକଳେ ଗୋଟିଏ କପ୍‌ ଗ୍ରିନ୍‌ ଟି ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ଏହା ମେଦ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଏହା କ୍ୟାନ୍‌ସର୍‌ ପାଇଁ ବେଶ ଉପଯୋଗୀ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ କ୍ୟାନ୍‌ସର୍‌ ଭଳି ମାରାତ୍ମକ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରିଥାଏ।

ଏହା ମସ୍ତିଷ୍କକୁ ଅଧିକ କାର୍ଯ୍ୟକ୍ଷମ କରାଇଥାଏ। ପ୍ରତିଦିନ ଗ୍ରିନ୍‌ ଟି ପିଉଥିବା ଲୋକଙ୍କର ମସ୍ତିଷ୍କ ଅନ୍ୟମାନଙ୍କ ତୁଳନାରେ ଅଧିକ କାର୍ଯ୍ୟକ୍ଷମ ହୋଇଥାଏ।

ଏହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ୩ରୁ ୪ କପ୍‌ ପିଇବା ଉଚିତ୍‌। ଏହା ଶରୀରରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିଥାଏ।

ଏଥିରେ ପଲିଫେନୋଲ୍‌ ଆଣ୍ଟିଅକ୍ସିଡାଣ୍ଟ୍‌ ଥାଏ। ଏହା ଶରୀରକୁ ବୟସ ଜନିତ ତ୍ୱଚା କୁଞ୍ଚନରୁ ରକ୍ଷା କରିଥାଏ।

ଗ୍ରିନ୍‌ ଟିରେ ଲିଥେନାଇନ୍‌ ରାସାୟନିକ ଦ୍ରବ୍ୟ ଥିବାରୁ ଏହା ଶାରୀରିକ ଏବଂ ମାନସିକ ଆରାମ ପ୍ରଦାନ କରିଥାଏ।

ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। ଶରୀରକୁ ରୋଗମୁକ୍ତ କରିଥାଏ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ବଡ଼ଯୋରଡ଼ା ଜମିହରା ପ୍ରଜାଙ୍କୁ ନିଯୁକ୍ତି ଓ ଥଇଥାନ ଦାବି
  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ

Recent Comments

No comments to show.

Calender

September 2026
M T W T F S S
 123456
78910111213
14151617181920
21222324252627
282930  
« Feb    

Categories

  • Uncategorized (106)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme