
ଅନୁଗୋଳ ଜିଲ୍ଲା କରତପଟା ନନ୍ଦପୁରୁ ଗାଁ ନିକଟରେ ଥିବା ଜଙ୍ଗଲ କୁ ଛେଳି ଚରାଇବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜଣଙ୍କର ମୃତୁ ହୋଇଥିବାବେଳେ ଆଉଜଣେ ଅଳ୍ପ କେ ବ୍ରତୀ ଯାଇଛନ୍ତି । ସୂଚନା ଅନୁସାରେ ନନ୍ଦପୁରୁ ଗାଁର ଦୁଇଭାଇ ଗାଁ ନିକଟ ଜଙ୍ଗଲକୁ ଛେଳିଚରାଇବା ପାଇଁ ଯାଇଥିବାବେଳେ ହଠାତ ସାନଭାଇ ନିନୁ ସାହୁ ହାତିହାବୁଡ଼ରେ ପଡିଯାଇଥିଲେ ,ହାତୀ ତାଙ୍କୁ ଆକ୍ରମଣ କାରିବାସହ ଗୋଡ଼ରେ ଦଳିଦେଇଥିଲା । ଫଳରେ ଘଟଣାସ୍ଥଳରେ ନିନୁଙ୍କର ମୃତୁ ଘଟିଥିଲା ।ସେଠାରୁ ଅଳ୍ପକେ ବଞ୍ଚି ଯାଇଥିବା ବଡଭାଇ କୃଷ୍ଣ ସାହୁ ଗାଁ ରେ ଆସି କହିବାରୁ ଘଟଣା ସ୍ଥଳରେ ଗ୍ରାମବାସୀ ପହଞ୍ଚିଥିଲେ । ତେବେ ଗ୍ରାମବାସୀ ହାତୀ ଘଉଡେଇବାରେ ବିଫଳତା ପାଇଁ ବନବିଭାଗକୁ ଦାୟୀ କାରିବାସହ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଦାବି କରିଛନ୍ତି।
