ଅନୁଗୋଳ ଇକୋ ପାର୍କ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଗୁଳି ମାଡ଼ ହୋଇଛି । ଗୁଳି ମାଡରେ ଭବାନୀ ସଙ୍କର ପ୍ରଧାନ ଗୁରୁତର ଆହତ ହୋଇଛନ୍ତି ।ଭବାନୀ ଶିକ୍ଷକପଡା ସ୍ଥିତ ଇକୋ ପାର୍କ ସମ୍ମୁଖରେ ଯାଉଥିବାବେଳେ ଗୁଳି ମାଡ଼ ହୋଇଛି । ତାଙ୍କୁ ଗଗୁରୁତର ଅବସ୍ଥାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଅନ୍ୟ ଜଣେ ମଧ୍ଯ ଆହତ ହୋଇଥିବା ସୂଚନାରହିଛି ।
ତିନି ଦୁର୍ବୃତ୍ତ ମୋଟରସାଇକେଲରେ ଆସି ଗୁଳିକରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ,ଘଟଣାସ୍ଥଳରେ ଅନୁଗୋଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରୀରଖିଛି ।
