
ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଏବଂ ପଲାଶ ମୁଚାଲଙ୍କ ବିବାହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚିଯାଇଛି । ସ୍ମୃତି ଙ୍କ ବାପାଙ୍କୁ ସାମାନ୍ୟ ହାର୍ଟ ଆଟାକ୍ ଆସିବା ପରେ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଏବେ କାହାଣୀରେ ପୁଣି ଏକ ନୂଆ ମୋଡ଼ । କ୍ରିକେଟ ସ୍ମୃତି ମନ୍ଧାନା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମେହେନ୍ଦୀ ଏବଂ ହଲଦୀ ସହିତ ବିବାହ ଉତ୍ସବରେ ସବୁ ଫଟୋ ଡିଲିଟ୍ କରିଦେଇଛନ୍ତି ।
ସ୍ମୃତିଙ୍କ ବାପା ହସପିଟାଲରେ ଭର୍ତ୍ତି ହେବା ପରେ ପୁଣି ହସପିଟାଲରେ ପଲାଶ ମୁଚାଲ ମଧ୍ୟ ହସପିଟାଲରେ ଭର୍ତ୍ତି ହୋଇଥିଲେ। କିନ୍ତୁ ହସପିଟାଲରୁ ଏବେ ଡିସଚାର୍ଜ ହୋଇଛନ୍ତି ପଲାଶ । ମୁମ୍ବାଇ ଘରେ ଏବେ ବିଶ୍ରାମ କରୁଛନ୍ତି ପଲାଶ ।
ତେବେ ଏତେ ସବୁ ଅସୁବିଧା ପରେ ସ୍ମୃତି ଇନଷ୍ଟାଗ୍ରାମରୁ ନିଜର ପ୍ରି ୱେଡିଂ ସେଲିବ୍ରେସନ ଏବଂ ସଂଗୀତ, ମେହେନ୍ଦୀ, ହଲଦୀର ଫଟୋ ଡିଲିଟ୍ କରିଦେଇଛନ୍ତି । ସ୍ମୃତି ନିଜ ପରିବାର ଏବଂ ସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇଛନ୍ତି ।
ସ୍ମୃତିଙ୍କ ବିବାହକୁ ଫ୍ୟାନ୍ସ ଅପେକ୍ଷା କରି ରହିଥିବା ବେଳେ ତାଙ୍କ ପରିବାର ସମର୍ଥନରେ ମେସେଜ କରୁଛନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ପ୍ରତିକ୍ରିୟା ଏବଂ ସହାନୁଭୂତି ଦେବା ସହିତ ମନୋବଳ ବଢାଉଛନ୍ତି ।
ପଲାଶ ମୁଚାଲଙ୍କ ଭଉଣୀ ପଲକ ଲେଖିଛନ୍ତି, ସ୍ମୃତି ଙ୍କ ବାପାଙ୍କ ସ୍ବାସ୍ଥ୍ୟାବସ୍ଥା ଯୋଗୁଁ ପଲାଶ ଏବଂ ସ୍ମୃତି ଙ୍କ ବିବାହକୁ ରୋକାଯାଇଛି । ଆପଣ ସମସ୍ତଙ୍କୁ ନିବେଦନ କି, ଏଭଳି ସମୟରେ ପରିବାରର ପ୍ରାଇଭେସୀ ବଜାୟ ରଖନ୍ତୁ ।
