Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ

Posted on December 21, 2025

ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସ ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ୧୯ା୧୨ା୨୦୨୫ରେ ଧର୍ମଶାଳା ତହସିଲ ପକ୍ଷରୁ ପ୍ରଣବଙ୍କୁ ଏକ ନୋଟିସ ଦିଆଯାଇଛି। ସେ ତହସିଲ ଅଫିସରେ ହାଜର ହୋଇ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ନିଜ ପକ୍ଷ ରଖିବେ। ତହସିଲଦାର ସମୀର ରଞ୍ଜନ ଦାସ କେସ ନମ୍ୱର ୨୨୯/୨୦୨୫-୨୬ରେ ଏହି ନୋଟିସ ଦେଇଛନ୍ତି।
ଏହି ଫାର୍ମ ହାଉସ ଖାତା ନଂ.୩୩୬, ପ୍ଲଟ ନଂ.୧୧୧୮ ମୋଟ ୩୧.୬୦ ଏକର ପର୍ୱତ କିସମରେ ରହିଛି। କିନ୍ତୁ ସରକାରୀ ଜମିକୁ ଜବରଦଖଲ କରାଯାଇ ସେଠାରେ ପାଚେରି ନିର୍ମାଣ କରାଯାଇଛି। ଏହି ବିଷୟ କିଛି ଦିନ ହେବ ସାମ୍ନାକୁ ଆସିବା ପରେ ପ୍ରଣବଙ୍କ ପାଇଁ ଅଡ଼ୁଆ ସୃଷ୍ଟି ହୋଇଛି। ନିକଟରେ ପ୍ରଣବଙ୍କ ସମର୍ଥକ ଓ ବିଜେଡି କର୍ମୀମାନେ ଉପରୋକ୍ତ ଫାର୍ମ ହାଉସରେ ଭୋଜି ଆୟୋଜନ କରିଥିଲେ। ଏହି ସମୟରେ ଉକ୍ତ ରାସ୍ତାଦେଇ ବିଧାୟକ ହିମାଂଶୁ ଶେଖର ସାହୁଙ୍କ ସମର୍ଥକ ତଥା ଭାଜପା କର୍ମୀ ନରସିଂହପୁର ଗ୍ରାମର ସୁନୀଲ ପଣ୍ଡା ଚଢ଼େଇଧରାରୁ ଗାଡ଼ିରେ ଘରକୁ ଫେରୁଥିଲେ। ପ୍ରଣବଙ୍କ କେତେଜଣ କର୍ମୀ ତାଙ୍କୁ ଅଟକାଇ ଗାଡି ଭଙ୍ଗାରୁଜା କରିବା ସହ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଘଟଣା ପରେ ସେଠାରେ ତୁମୁଳକାଣ୍ଡ ହୋଇଥିଲା।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

May 2026
M T W T F S S
 123
45678910
11121314151617
18192021222324
25262728293031
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme