Skip to content
JBR Samachar
Menu
  • ଖେଳ
  • ଅପରାଧ
  • ଏକ୍ସକ୍ଲୁସିଭ୍
  • ଦେଶ ବିଦେଶ
  • ମନୋରଞ୍ଜନ
  • ରାଜନୀତି
  • ରାଜ୍ୟ
  • ସ୍ପେଶାଲ୍ ରିପୋର୍ଟ
Menu

PSLV-C62 ମିଶନ୍ ଫେଲ୍‌, ମହାକାଶରେ ହଜିଗଲା ସାଟେଲାଇଟ୍ ‘ଅନ୍ୱେଷା’

Posted on January 12, 2026

ସୀମାରେ ଶତ୍ରୁର ଗତି ବିଧି ଉପରେ ଟିକ୍‌ନିକ୍ ନଜର ରଖିବାକୁ ବଡ଼ ମିଶନ ଆରମ୍ଭ କରିଥିଲା ଇସ୍ରୋ । ଆନ୍ଧ୍ରର ଶ୍ରୀହରିକୋଟା ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଲଞ୍ଚ ହୋଇଥିଲା ପିଏସ୍ଏଲ୍‌ଭି-ସି୬୨ ରକେଟ୍ । ବର୍ଷ ଆରମ୍ଭରୁ ଇସ୍ରୋର PSLV-C62 ମିଶନ୍ ବିଫଳ ହୋଇଛି । କକ୍ଷପଥରେ ମୁତୟନ ହୋଇପାରିଲା ନାହିଁ ସାଟେଲାଇଟ୍ ‘ଅନ୍ୱେଷା’ । ଅର୍ବିଟ ପୂର୍ବରୁ ଦିଗ ବଦଳାଇ ମହାକାଶରେ ଗାଏବ ହୋଇଗଲା ସାଟେଲାଇଟ । ଶେଷ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି କାରଣରୁ କକ୍ଷପଥରେ ପହଞ୍ଚି ପାରିଲାନି ସାଟେଲାଇଟ୍ ‘ଅନ୍ୱେଷା’ । କେଉଁଠି ତ୍ରୁଟି ରହିଲା ତାର ବିଶ୍ଲେଷଣ ଚାଲିଥିବା ଏକ୍ସରେ ସୂଚନା ଦେଇଛି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ  ।

ଏହି ମିଶନର ମୁଖ୍ୟ ପେ-ଲୋଡ୍ ହେଉଛି ଡିଆର୍ଡିଓ ଦ୍ୱାରା ବିକଶିତ ‘ଇଓଏସ୍-ଏନ୍୧ (ଅନ୍ୱେଷା)’ ସାଟେଲାଇଟ୍ । ଏହା ‘ଦିବ୍ୟ ଦୃଷ୍ଟି’ ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବେ ଜଣାଯାଏ । ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ କରିଥିଲା ଇସ୍ରୋ । ହେଲେ ଏଥିରେ ବିଫଳ ହୋଇଛି ଗବେଷଣା ପ୍ରତିଷ୍ଠାନ । ପ୍ରଥମ କକ୍ଷପଥ ମିଶନ୍ ସଫଳତାର ସର ଉତ୍‌କ୍ଷେପଣ ହୋଇଥିଲା । ହେଲେ  ଉପଗ୍ରହଟି ସଫଳତାର ସହ ଉତ୍‌କ୍ଷେପଣ ହୋଇପାରି ନାହିଁ । ରାସ୍ତା ବାଟବଣା ହୋଇଥିଲା ସାଟେଲାଇଟ୍ ଅନ୍ୱେଷା । ତୃତୀୟ ଅର୍ଥାତ ଶେଷ୍ ପର୍ଯ୍ୟାୟରେ ଯାନ୍ତ୍ରିକ ତ୍ରୁଟି ପାଇଁ ବିଫଳ ହୋଇଛି ମିଶନ୍ । ତ୍ରୁଟିର ବିଶ୍ଳେଷଣ ଚାଲିଛି । ପରବର୍ତ୍ତୀ ସମୟରେ ଅପଡେଟ ଦିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଏସ୍‌ଏଲ୍‌ଭି-ସି୬୨ ହେଉଛି ପିଏସ୍‌ଏଲ୍‌ଭି ରକେଟ୍‌ର ୬୪ତମ ପ୍ରକ୍ଷେପଣ । ପିଏସ୍‌ଏଲ୍‌ଭି-ଡିଏଲ୍‌ ଭାରିଆଣ୍ଟର ପଞ୍ଚମ ଉଡ଼ାଣ । ଏହି ମିଶନ ସନ୍‌ ସିଙ୍କ୍ରୋନସ୍‌ ଅର୍ବିଟ୍‌ ରେ ଉପଗ୍ରହଗୁଡ଼ିକୁ ମୁତୟନ କରିବାର ଥିଲା । ଏଠାରେ ଇଓଏସ୍‌-ଏନ୍‌୧ ଏବଂ ଅନ୍ୟ ୧୪ ଉପଗ୍ରହ ରଖାଯାଇଥିଲା । ଗୋଟିଏ କେଆଇଡି କ୍ୟାପ୍‌ସୁଲ୍‌କୁ ରିଏଣ୍ଟ୍ରି ଟ୍ରାଜେକ୍ଟୋରିରେ ପଠାଯାଇଥିଲା । ଉପଗ୍ରହ କେବଳ ଜଳବାୟୁ ସ୍ଥିତି ଉପରେ ନଜର ରଖିନଥାନ୍ତା ବରଂ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତର କ୍ଷମତାକୁ ମଜଭୁତ କରିଥାନ୍ତା । ଏହାଦ୍ୱାରା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଉଦ୍ୟମ ଏବଂ ଏଲ୍‌ଏସିରେ ଚୀନ୍‌ର ଚାଲ୍‌ଗୁଡ଼ିକ କୌଣସି ମତେ ଫଳପ୍ରଦ ହୋଇନଥାନ୍ତା  ।

Leave a Reply Cancel reply

Your email address will not be published. Required fields are marked *

Recent Posts

  • ସୁଦଶା ବ୍ରତ ପାଇଁ ପାଣି ଆଣିବାକୁ ଯାଇ କଟୁରୀ ଚୋଟ ଖାଇଲେ ମହିଳା
  • ଭାରସାମ୍ୟ ହରାଇ ପୋଲ ୱାଲ୍ ଉପରେ ଚଢ଼ିଗଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ସଟସର୍କିଟରୁ ଚଳନ୍ତା ଟ୍ରକରେ ଲାଗିଲା ନିଆଁ
  • ରିଲିଜ୍ ହେଲା ଫିଲ୍ମ ‘ଓ ରୋମିଓ’, ଦର୍ଶକ ଦେଖିବେ ଶାହିଦ-ତୃପ୍ତିଙ୍କ ଦମଦାର ଅଭିନୟ
  • କମିଛି ସୁନା ଓ ରୁପା ଦର, ସୁନାପ୍ରେମୀଙ୍କ ପାଇଁ ଖୁସି ଖବର

Recent Comments

No comments to show.

Calender

March 2026
M T W T F S S
 1
2345678
9101112131415
16171819202122
23242526272829
3031  
« Feb    

Categories

  • Uncategorized (105)
  • ଅପରାଧ (213)
  • ଏକ୍ସକ୍ଲୁସିଭ୍ (28)
  • ଖେଳ (59)
  • ଦେଶ ବିଦେଶ (508)
  • ଭିଡିଓ (8)
  • ମନୋରଞ୍ଜନ (44)
  • ରାଜନୀତି (124)
  • ରାଜ୍ୟ (1,674)
  • ସ୍ପେଶାଲ୍ ରିପୋର୍ଟ (285)
©2026 JBR Samachar | Design: Newspaperly WordPress Theme