ଦୀପାବଳୀ ପୂର୍ବରୁ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ କୈଠଡ଼ା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ବେଆଇନ ଭାବେ ବାଣ ତିଆରି କରୁଥିବା ବେଳେ ହୋଇଥିବା ବିସ୍ଫୋରଣରେ ଜଣେ ଯୁବକଙ୍କ ଜୀବନ ଚାଲିଯାଇଛି । ଘଟଣା ସମୟରେ ଅସାବଧାନତା ଯୋଗୁଁ ବିସ୍ଫୋରଣ ଘଟିଥିଲା ଓ…
କାର୍ତ୍ତିକ ସୋମବାରରେ ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼, ଆଜି ଉଠିବ ମହାଦୀପ
ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ଓ ଦୀପାବଳି ଅମାବାସ୍ୟା ହେବାରୁ ଭଦ୍ରକ ଜିଲ୍ଲାର ଆରଡ଼ି ଆଖଣ୍ଡଳମଣି ପୀଠରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ସକାଳୁ ସକାଳୁ ଭକ୍ତମାନେ ବାବାଙ୍କ ଦର୍ଶନ ଓ ପୂଜା-ଅର୍ଚ୍ଚନା ପାଇଁ ପୀଠକୁ ଭିଡ଼ିଛନ୍ତି। କାର୍ତ୍ତିକ ମାସ ହୋଇଥିବାରୁ…
ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ଏକ ସୁରକ୍ଷିତ ଏବଂ ସବୁଜ ଦୀପାବଳି ପାଳନ ପାଇଁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର X ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ଏକ ଭିଡିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଲୋକ…
ପାକିସ୍ତାନ ଏୟାର ଷ୍ଟ୍ରାଇକରେ ଆଫଗାନିସ୍ତାନର ୩ କ୍ରିକେଟରଙ୍କ ମୃତ୍ୟୁ
ପାକିସ୍ତାନର ଏୟାର ଷ୍ଟ୍ରାଇକରେ ଆଫଗାନିସ୍ତାନର ପକତିକା ପ୍ରୋଭିନ୍ସରେ ୩ ଘରୋଇ କ୍ରିକେଟର ମୃତ୍ୟୁ ହୋଇଛି। ଏସିବି ଅନୁସାରେ, ମୃତ କ୍ରିକେଟରମାନେ କବିର, ଶିଭାତୁଲ୍ଲା ଓ ହାରୋନ। ଏହି ଘଟଣାରେ ମୋଟ ୮ ଜଣ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ଏହାକୁ ପାକିସ୍ତାନର ଭୀରୁତା…
କାର୍ ଉପରେ ଓଲଟିପଡ଼ିଲା ବସ୍ , ୪ ଗୁରୁତର
କାର୍ ଉପରେ ଓଲଟିପଡ଼ିଲା ବସ। ୪ ଜଣ ଗୁରୁତର। ଏଭଳି ଘଟଣା ଦେଖିବାକୁ ମିଳିଛି। ବାରିପଦା NH- ୪୯ର ବାଙ୍ଗିରିପୋଷି ଘାଟିରେ। କାରର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବାବେଳେ ବସ୍ର କିଛି ଯାତ୍ରୀ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି…
ମିଛ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ବଦଳି, ପ୍ରତିବାଦରେ ହାଇସ୍କୁଲରେ ଆନ୍ଦୋଳନ
ହାଇସ୍କୁଲ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରତିବାଦରେ ଆନ୍ଦୋଳନ । ମିଛ ଅଭିଯୋଗରେ ସତ ବଦଳି ନେଇ ତାତିଲେ ଅଭିଭାବକ । ଫଳରେ ଭଦ୍ରକ ବ୍ଲକ ବହୁଦରାଡ଼ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ସ୍କୁଲ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଶନିବାର ସ୍କୁଲ…
୨୦ରେ ଛୁଟି ୨୫କୁ କାର୍ଯ୍ୟଦିବସ ଭାବେ ଘୋଷଣା
ଦୀପାବଳି ପାଇଁ ସରକାରଙ୍କ ଛୁଟି ଘୋଷଣା। ୨୦ ଓ ୨୧ ତାରିଖ ସରକାରୀ ଛୁଟି। ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ରହିବ ରାଜ୍ୟର ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ସେହିପରି ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା…
କାହିଁକି ଦୀପ ତଳେ ରଖାଯାଏ ଚାଉଳ?
ଦୀପାବଳି ହେଉଛି ଆଲୋକ ଏବଂ ଖୁସିର ପର୍ବ । କିନ୍ତୁ ଭାରତରେ ଦୀପାବଳି କେବଳ ଆଲୋକର ପର୍ବ ନୁହେଁ । ଏହାକୁ ଘରେ ସୁଖ, ସମୃଦ୍ଧି ଏବଂ ସକାରାତ୍ମକ ଶକ୍ତି ଆଣିବାର ପ୍ରତୀକ ମଧ୍ୟ ଭାବରେ ବିବେଚନା କରାଯାଏ । ଏହି ଅମାବାସ୍ୟା ରାତିରେ…
କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା
ଦୀପାବଳିକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଏନେଇ ସ୍ୱତନ୍ତ୍ର ଭାବେ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି । କାଜୁଆଲିଟିଠାରୁ ଆରମ୍ଭ କରି ଡ୍ରେସିଂ ରୁମ ପର୍ଯ୍ୟନ୍ତ ଅଧିକ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ କରାଯିବ । ସ୍ୱତନ୍ତ୍ର ଭାବେ ଚର୍ମ,…
ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ
ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ସେକ୍ସ ରାକେଟ୍ ଠାବ। ଭଡ଼ା ଘରେ ଚାଲିଥିଲା ଦେହ ବେପାର । ଅତର୍କିତ ଚଢ଼ାଉ କରି ୧୦ ଯୁବତୀଙ୍କୁ ଉଦ୍ଧାର କଲା କ୍ୟାପିଟାଲ ଥାନା ପୁଲିସ। ରେଡ୍ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରୁ ଆପତ୍ତିଜନକ ସାମଗ୍ରୀ ଓ ଏକାଧିକ ଭ୍ୟାନିଟି ବ୍ୟାଗ୍…
