
ଇ-କେଓ୍ବାଇସି ନଥିଲେ ବି ମିଳିବ ଚାଉଳ । ଇ-କେଓ୍ବାଇସି ପ୍ରକ୍ରିୟା ଡିସେମ୍ବର ୩୧ ତାରିଖ ଯାଏ ବୃଦ୍ଧି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ପିଡିଏସ ହିତାଧିକାରୀଙ୍କୁ ମିଳିବ ଚାଉଳ । ଏନେଇ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସମୟରେ ରାଜ୍ୟରେ ଇ-କେଓ୍ବାଇସି ପ୍ରକ୍ରିୟା ଜାରି ରହିଛି । ସମସ୍ତ ୧୧,୮୨୭ଟି ଖାଉଟି ସୁଲଭ ମୁଲ୍ୟ ଦୋକାନ ତଥା ୩୧୪ଟି ବ୍ଲକ୍ ଏବଂ ୬୪ଟି ପୌରାଞ୍ଚଳରେ କାର୍ଯ୍ୟରତ ଥିବା ରାସନ କାର୍ଡ ପରିଚାଳନା କେନ୍ଦ୍ରରେ ଇ-କେଓ୍ବାଇସି କାମ ଚାଲିଛି ।
ଏତତ୍ବ୍ୟତୀତ ବର୍ତ୍ତମାନ ସୁଦ୍ଧା ଇ-କେଓ୍ବାଇସି କରିଥିବା ହିତାଧିକାରୀ ମାନଙ୍କୁ ପ୍ରତ୍ୟେକ ମାସରେ ପିଡିଏସ ସାମଗ୍ରୀ ପୂର୍ବଭଳି ପ୍ରଦାନ କରାଯାଉଅଛି I କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେଓ୍ବାଇସି ଆଳରେ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବେ ନାହିଁ । ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । କୌଣସି କାରଣରୁ ଇ-କେଓ୍ବାଇସି କରାଇ ନଥିବା ହିତାଧିକାରୀ ମାନେ ଡିସେମ୍ବର ୩୧ ସୁଦ୍ଧା ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଇ-କେୱାଈସି କରାଇ ପାରିବେ । ଏ ସମ୍ପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

